pakka

ବୌଦ୍ଧ ବ୍ଲକରେ ବ୍ଲକସ୍ତରୀୟ ମେଗା ଲୋନ୍‌ ସମନ୍ୱୟ ମେଳା

bbehera

ବୌଦ୍ଧ, (ବଂଶୀଧର ମାଝୀ) : ମିଶନ ଶକ୍ତି ଜରିଆରେ ଏସ୍‌ଏଚ୍‌ଜି ମହିଳାମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ବୌଦ୍ଧ ବ୍ଲକରେ ବ୍ଲକ ସ୍ତରୀୟ ମେଗା ଲୋନ ସମନ୍ୱୟ ମେଳା ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଯୋଗ ଦେଇ ଉଦ୍‌ବୋଧନ ଦେଇଥିଲେ । ବ୍ୟାଙ୍କ ଲୋନ ପ୍ରଦାନ କରାଇବା ଉଦ୍ଦେଶ୍ୟରେ ଲୋନ ମେଳାର ଆୟୋଜନ କରାଯାଇଥିବା ବେଳେ ୧୨୩ ଏସ୍‌ଏଚ୍‌ଜିଙ୍କୁ ୨ କୋଟି ୮୬ ଲକ୍ଷ୍ୟ ଟଙ୍କା ଋଣ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ବୌଦ୍ଧ ବିଡିଓ ଦେବୀପ୍ରସାଦ ଦାଶ, ଏଲ୍‌ଡିଏମ୍‌ ରବୀନ୍ଦ୍ର ସେଠି, ଡିପିଏମ୍‌ ଫ୍ରାନସିସ ବାର୍ଲା, ଡିପିସି ଦେବଦତ୍ତ ମିଶ୍ର ମଞ୍ଚରେ ଉପସ୍ଥିତ ଥିଲେ । ବୌଦ୍ଧ ସିଡିପିଓ ମିନତୀ ଦେଓ ମଞ୍ଚ ପରିଚାଳନା କରିଥିଲେ । ଏହି ମେଳାରେ ୩୧୨ ଏସ୍‌ଏଚ୍‌ଜି ମହିଳା ତଥା ମିଶନ ଶକ୍ତିର ବ୍ଲକ ଓ ପଂଚାୟତ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ବ୍ଲକ କର୍ମକର୍ତ୍ତା ସତ୍ୟପ୍ରିୟ ବଘାର, ବିଜୟ କୁମାର ଭୋଇ ଓ ସସ୍ମିତା ବାଦୀ ସମନ୍ୱୟ ମେଳାର ଆୟୋଜନରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

19 − 10 =

error: Content is protected !!