pakka

ଦୁଇ ଦୁନିଆ ଦକ୍ଷତା ନିର୍ମାଣ କର୍ମଶାଳା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଚାଁଇପୁର ଗ୍ରାମ ପଞ୍ଚାୟତ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ପଞ୍ଚାୟତର ସମସ୍ତ ଆଶା ଓ ଅଙ୍ଗନବାଡି କର୍ମୀ ତଥା ଗାଁ କଲ୍ୟାଣ ସମିତି କର୍ମକର୍ତ୍ତା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟା, ୱାର୍ଡସଭ୍ୟ/ସଭ୍ୟାମାନଙ୍କୁ ନେଇ ଏକ ଦକ୍ଷତା ନିର୍ମାଣ ତାଲିମ୍ ଏବଂ ବିଶ୍ବାସ ସମ୍ବନ୍ଧୀୟ ଦୁଇ ଦିନିଆ କର୍ମଶାଳା ଗତକାଲି ଡିସେମ୍ବର ୧୨ ଓ ୧୩ ତାରିଖରେ ସ୍ଥାନୀୟ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଡାକ୍ତର ତପନ କୁମାର ଦାସ ସରକାରଙ୍କ ଦ୍ବାରା ପ୍ରଣିତ ଗାଁ କଲ୍ୟାଣ ସମିତିର ଉପଯୋଗିତା, ଜନସାଧାରଣଙ୍କ ସହଭାଗିତା, ଏହାର ସ୍ବଚ୍ଛ କାର୍ଯ୍ୟକାରୀତା ଏବଂ ଏ ସମ୍ବନ୍ଧୀୟ ନାନାଦି ସମସ୍ୟା ଓ ପ୍ରତିକାର ଉପରେ ବିଶଦ ଭାବେ ଆଲୋଚନା କରିଥିଲେ । ଗାଁ ଲୋକମାନେ କିପରି ଏହାକୁ ସରକାରୀ ଯୋଜନା ନ ଭାବି ଆମ ଗାଁ ସ୍ୱଚ୍ଛ ପରିମଳ ପାଇଁ ସରକାରଙ୍କ ଅଂଶଧନ ସହିତ ନିଜ ଗାଁର ଲୋକମାନଙ୍କର ଇଛାଶକ୍ତି ତଥା ସହଯୋଗ ମନୋବୃତ୍ତି ବୃଦ୍ଧି ପାଇବ ସେ ସମ୍ପର୍କରେ ଉପସ୍ଥିତ ବ୍ୟକ୍ତିମାନଙ୍କୁ ବୁଝାଇ ଥିଲେ । ଗାଁ ଲୋକଙ୍କ ଅନେକ ସମସ୍ୟା ଓ ଏହାର ସମାଧାନ ସମ୍ବନ୍ଧୀୟ କିଛି ଉପଯୋଗୀ ତଥ୍ୟ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା ମଧ୍ୟ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଂଯୋଜକ ବଳରାମ ପଟ୍ଟନାୟକ ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

eight + 16 =

error: Content is protected !!