pakka

ତଥାପି ଥମୁନି ଅପରାଧ : ସଂଘବଦ୍ଧ ଆକ୍ରମଣର ଶିକାର ହେଲେ ଯୁବକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପୋଲିସ ପକ୍ଷରୁ ଅପରେସନ୍‌ କ୍ରାଇମ୍‌ କଣ୍ଟ୍ରୋଲ୍‌ ଜାରି ରହିଥିବା ବେଳେ ସାରା ସହରରେ ଘାଇଁ ଘାଇଁ ଚାଲିଛି ପୋଲିସ ପେଟ୍ରୋଲିଂ । ତଥାପି ଥମୁନି ଅପରାଧ । ଗତକାଲି ରାତି ୮ଟା ସମୟରେ ସ୍ଥାନୀୟ କଲେଜ ଛକ ଅଂଚଳରେ ଜଣେ ଯୁବକ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡ଼ିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ରହିଛନ୍ତି । ସୂଚନା ଅନୁସାରେ ସ୍ଥାନୀୟ ଖଇରାପଡ଼ାର ରୁଦ୍ର ମନହୀରା(୨୪) ଘରକୁ ଯାଉଥିବା ବେଳେ ହଠାତ୍‌ ଚାରି ପାଞ୍ଚ ଜଣ ଯୁବକ ଧାରୁଆ ଅସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବେହାଲ୍‌ ହୋଇ ପଡ଼ିଥିବା ଯୁବକଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ଲୋକେ ଡାକ୍ତରଖାନାକୁ ପହଂଚାଇଥିଲେ । ତେବେ ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅପରାଧୀମାନେ ଧରାପଡ଼ିନାହାନ୍ତି । ପୋଲିସ ପକ୍ଷରୁ ତନାଘନା ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

12 − three =

error: Content is protected !!