pakka

ବଡ଼ଭଇଁରୋ ପେକ୍ସର ଅବସରପ୍ରାପ୍ତ ସହକାରୀ ସଂପାଦକ ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ : ୨ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ତରଭା ନିକଟସ୍ଥ ବଡ଼ଭଇଁରୋ ଏସ୍‌ସିଏସ୍‌ ପେକ୍ସର ଅବସରପ୍ରାପ୍ତ ସହକାରୀ ସଂପାଦକ ଦିଜବର ଦଳବେହେରା ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ହୋଇଥିବା ବେଳେ ମାନ୍ୟବର କୋର୍ଟ ତାଙ୍କୁ ୨ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ପାଇଁ ଗତକାଲି ଶୁଣାଣି କରିଥିବା ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । ୪୩ ଲକ୍ଷ ୪୪ ହଜାର ୫୧୦ ଟଙ୍କା ସରକାରୀ ଅର୍ଥ ହେରଫେର ତଥା ଅନ୍ୟାନ୍ୟ ଅନିୟମିତା ନେଇ କେସ ନଂ.୬/୧୩/୦୨/୨୦୧୩ ୟୁ/ଏସ୍‌ ୧୩(୨) ଆର୍‌/ଡବ୍ଲ୍ୟୁ ୧୩(୧)(ସି)(ଡି) ପ୍ରିଭେନ୍‌ସନ୍‌ ଅଫ୍‌ କରପ୍‌ସନ୍‌ ଆକ୍ଟ୧୯୮୮/୪୦୯ ଆଇପିସି ଅଧୀନରେ ତାଙ୍କ ବିରୋଧରେ ଚାଲିଥିବା ମାମଲାର ଶୁଣାଣି କରି ମାନ୍ୟବର ଭିଜିଲାନ୍ସ କୋର୍ଟ ତାଙ୍କ ଦୋଷୀ ସାବ୍ୟସ୍ତ କରିବା ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି ।

jay balangir
Leave A Reply

Your email address will not be published.

nine − 6 =

error: Content is protected !!