pakka

ମହାରାଷ୍ଟ୍ରରେ ଆଉ ୨ ଚିହ୍ନଟ, ଏବେ ସାରା ଦେଶରେ ସଂକ୍ରମିତ ସଂଖ୍ୟା ୪୧

bbehera

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଓମିକ୍ରନର ଆଉ ଦୁଇଟି ମାମଲା ଚିହ୍‌ହ୍ନଟ ହେବା ସହିତ ଦେଶରେ କୋଭିଡର ଏହି ପ୍ରକାରରେ ସଂକ୍ରମିତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ରିପୋର୍ଟ ହୋଇଥିବା ଦୁଇ ଜଣ ନୂତନ ଚିହ୍ନଟ ସଂକ୍ରମିତ ଦୁବାଇ ଗସ୍ତରେ ଯାଇଥିଲେ । ଏଥି ସହିତ ଦକ୍ଷିଣ ଆଫ୍ରିକାରୁ ଗୁଜୁରାଟକୁ ଫେରିଥିବା ଜଣେ ବ୍ୟକ୍ତି ମଧ୍ୟ ଓମିକ୍ରମ ସଂକ୍ରମିତ ଚିହ୍ନଟ ହୋଇଛନ୍‌ନ୍ତି । ସୋମବାର ବିଳମ୍ବିତ ରାତି ସୁଦ୍ଧା ଦେଶରେ ଓମିକ୍ରନ୍ ସଂକ୍ରମିତ ମୋଟ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ପୂର୍ବରୁ ଓମିକ୍ରନ୍‌ର କେରଳ, ଆନ୍‌ନ୍ଧ୍ର ପ୍ରଦେଶ ଏବଂ ଚଣ୍ଡିଗଡ଼ରେ ମଧ୍ୟ ମାମଲା ସାମ୍‌ନାକୁ ଆସିଛି । ମହାରାଷ୍ଟ୍ରରେ ସର୍ବାଧିକ ୪୧ ଟି ମାମଲା ରହିଛି । ମହାରାଷ୍ଟ୍ର (୨୦), ରାଜସ୍ଥାନ (୯), କର୍ଣ୍ଣାଟକ (୩), ଗୁଜରାଟ (୪), କେରଳ (୧) ଏବଂ ଆନ୍ଧ୍ରପ୍ରଦେଶ (୧) ଏବଂ ଦିଲ୍ଲୀର ୟୁନିଅନ ଟେରିଟୋରୀ (୨) ଏବଂ ଚଣ୍ଡିଗଡ଼ (୧) ରେ ଓମିକ୍ରନ୍ ଭାରିଆଣ୍ଟର ମାମଲା ସାମ୍ନାକୁ ଆସିଛି ।

jay balangir
Leave A Reply

Your email address will not be published.

7 + 7 =

error: Content is protected !!