pakka

ପଶୁ ପକ୍ଷୀ ପ୍ରେମରେ କୁନି ଛାତ୍ରୀ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ସହର ବ୍ରହ୍ମପୁରାରେ ରୁହନ୍ତି ବ୍ୟବସାୟୀ ନେପାଳ ପାଣିଗ୍ରାହୀ ଓ ତାଙ୍କ ସ୍ତ୍ରୀ ସୃତି ପାଣିଗ୍ରାହୀ । ତାଙ୍କର ଗୋଟେ ଝିଅ ଓ ଗୋଟେ ପୁଅ । ସାଙ୍ଗରେ ମା ବାପା ମଧ୍ୟ ରୁହନ୍ତି । ବଡ଼ ଝିଅ ଆକାଂକ୍ଷା ପାଣିଗ୍ରାହୀ ଅଷ୍ଟମ ଶ୍ରେଣୀରେ ପାଟଣାଗଡର ଓଁ ଇଣ୍ଟରନେସନାଲ ସ୍କୁଲର ଛାତ୍ରୀ । ଜଣେ ମେଧାବୀ ଛାତ୍ରୀ ରୂପେ ବେଶ୍‌ ଜଣାଶୁଣା । ତା ସାଙ୍ଗେ ଡେଂସ କରିବାକୁ, ଅଭିନୟକୁ ବହୁତ ଭଲ ପାଆନ୍ତି । ସ୍କୁଲରେ ଅନେକ ଫେନସି ଡ୍ରେସ ପ୍ରତିଯୋଗିତାରେ ଭାଗନେଇ ପୁରସ୍କାର ପାଇଛନ୍ତି । କିନ୍ତୁ ଆଉ ଗୋଟେ ଦିଗରେ ସେ ଚର୍ଚ୍ଚାରେ ରହିଛନ୍ତି ଯେ ପଶୁ ପକ୍ଷୀକୁ ସେ ବହୁତ ଭଲ ପାଆନ୍ତି । ସେଥିପାଇଁ ବାପା ମା ମଧ୍ୟ ତାଙ୍କୁ ସହଯୋଗ କରି ପାଖରେ ଗୋଟେ କୁକୁର(ରିଓ), ଗୋଟେ ମୂଷା (ଜିନି), ୨ଟି ପକ୍ଷୀ ଏବଂ ମାଛ ମଧ୍ୟ ରଖିଛନ୍ତି । ସ୍କୁଲ ସମୟରେ ସ୍କୁଲକୁ ଯିବା ପରେ ଟିଉସନ ଯିବା ସହ ଘରେ ଟାସ୍କ କରିବା ସାଙ୍ଗରେ ସମୟ ବାହାର କରି ପଶୁ ପକ୍ଷୀମାନଙ୍କୁ ଖାଇବା ଦେଇ ସେମାନଙ୍କୁ ଲାଳନ ପାଳନ କରିଥାନ୍ତି ଆକାଂକ୍ଷା । ଯେଉଁ ପଶୁ ପକ୍ଷୀକୁ ଯେଉଁଟା ଖାଇବା ଦରକାର ସେ ଦେଇଥାନ୍ତି । ଘରେ ମଧ୍ୟ ବହୁତ ପ୍ରକାରର ଘାସ ଓ ଶାଗ ଚାଷ ନିଜେ ମୂଷା ପାଇଁ କରିଛନ୍ତି । ପଶୁ ପକ୍ଷୀଙ୍କ ଏମିତି ପ୍ରେମକୁ ଦେଖି ଆଖ ପାଖ ଲୋକ ବହୁତ ପ୍ରଶଂସା କରିଥାନ୍ତି । ତାଙ୍କୁ ଏଥିରେ ସାହାଯ୍ୟ କରିଥାନ୍ତି ଭାଇ ଲିପନ ପାଣିଗ୍ରାହୀ ଏବଂ ପଡୋଶୀ ସାଥୀ ତ୍ରିଶା ପାଣିଗ୍ରାହୀ ।

jay balangir
Leave A Reply

Your email address will not be published.

fourteen + fifteen =

error: Content is protected !!