ପାଟଣାଗଡରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ଠାରେ ଆଗାମୀ ଦିନରେ ସ୍ଥାପନ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଆଜି ପାଟଣାଗଡ଼ ପହଞ୍ଚି ସ୍ଥାନ ନିରୂପଣ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି । କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ କେନ୍ଦ୍ରୀୟ ବିଦ୍ୟାଳୟ ଅତିରିକ୍ତ ସଚିବ ଜ୍ୟୋତି କୁମାର, କେନ୍ଦ୍ରୀୟ ନିର୍ବାହ ଯନ୍ତ୍ରୀ ବି ନାଏକ, ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଆର୍ କେ ପାଣିଗ୍ରାହୀ ଓ ପାଟଣାଗଡ଼ ତହସିଲଦାର ଡ଼ ପୁଷ୍ପାଞ୍ଜଳି ପଣ୍ଡା କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳଙ୍କ ସହ ଉପସ୍ଥିତ ରହି ଆଜି ପାଟଣାଗଡ଼ ପହଞ୍ଚି ଉଲବା ଓ କଉଡିଆ ଯିବା ରାସ୍ତାରେ ପାଖରେ ଥିବା ଦୁଇ ତିନୋଟି ସ୍ଥାନ ନିରୁପଣ କରିଥିବା ଜଣାପଡିଛି । ପରେ ଏନେଇ ତହସିଲ କାର୍ୟ୍ୟାଳୟରେକୁ ଯାଇ ସବିଶେଷ ଆଲୋଚନା କରାଯାଇ ଥିବା ବେଳେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯିବ ବୋଲି ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଆର୍ କେ ପାଣିଗ୍ରାହୀଙ୍କଠାରୁ ଜଣାପଡିଛି । ପାଟଣାଗଡ ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବାକୁ ଅଞ୍ଚଳବାସୀଙ୍କ ଦୀର୍ଘ ଦିନରୁ ଦାବୀ ରହି ଆସୁଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଥିବାରୁ ପାଟଣାଗଡ଼ ଅଞ୍ଚଳବାସୀଙ୍କ ଦାବୀ ପୁରଣ ହୋଇଛି ବୋଲି ମତପ୍ରକାଶ ପାଇଛି । ଅନ୍ୟ ପକ୍ଷରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯିବା ପୂର୍ବରୁ ପାଟଣାଗଡ଼ରେ ଅସ୍ଥାୟୀ ଭାବରେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲୁରହିବ ବୋଲି ବିଶ୍ଵସ୍ତ ସୁତ୍ରରୁ ଜଣାପଡିଛି ।

Leave A Reply

Your email address will not be published.