csstore

ଆଇ.ଆର.ଇ.ଏଲ୍. ସୌଜନ୍ୟରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଡ଼ାପଦର ଗ୍ରାମରେ ଆଇ.ଆର.ଇ.ଏଲ୍. (ଇଣ୍ଡିଆ) ସୌଜନ୍ୟରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଗୁରୁବାର ଲୋକାର୍ପିତ ହେଇଯାଇଛି । ପୋଡ଼ାପଦର ସରପଞ୍ଚ ଶ୍ରୀମତୀ ସୁଜାତା ଦାସ, ଆଇ.ଆର.ଇ.ଏଲ୍. ପ୍ରତିଷ୍ଠାନର ସାମାଜିକ ଦାୟିତ୍ଵବୋଧ ବିଭାଗ (ସି.ଏସ୍.ଆର୍.)ର ବରିଷ୍ଠ ମ୍ୟାନେଜର ଦୀପକ ମିଶ୍ର, ମ୍ୟାନେଜର ପୁନିତ ମହାନ୍ତି, ଛତ୍ରପୁର ପ୍ରେସ କ୍ଲବ ସଭାପତି ରବିନ୍ଦ୍ର ନାଥ ପଣ୍ଡା, ବରିଷ୍ଠ ସାମ୍ବାଦିକ କେ. ସତ୍ୟନାରାୟଣ ରେଡ୍ଡୀ, ଗ୍ରାମର ଭଦ୍ରମଣ୍ଡଳୀ ପ୍ରମୁଖ ଏହି ଆନୁଷ୍ଠାନିକ ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ ଉତ୍ସାହିତ କରିଥିଲେ । ପୋଡ଼ାପଦର ଗ୍ରାମରେ ଉଦ୍ଧିଷ୍ଟ ଏକ ଆର୍‌.ଓ. ପ୍ଲାଣ୍ଟ ଅବା ମିନେରାଲ ୱାଟର ଉତ୍ପାଦନକାରୀ ପ୍ରକଳ୍ପର ଲୋକାର୍ପିତ ହୋଇଥିବା ନେଇ ଗ୍ରାମବାସୀ ଖୁସିବ୍ୟକ୍ତ କରିଛନ୍ତି । ଆଇ.ଆର.ଇ.ଏଲ୍. (ଇଣ୍ଡିଆ) ସୌଜନ୍ୟରେ ଲୋକାର୍ପିତ ଓ କାର୍ଯ୍ୟକ୍ଷମ ହୋଇଥିବାରୁ ଗ୍ରାମର ଭଦ୍ର ମଣ୍ଡଳୀଙ୍କ ତରଫରୁ ଆଇ.ଆର.ଇ.ଏଲ୍. ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି ।

jayashree
Leave A Reply

Your email address will not be published.