csstore

କବି ଜ୍ୟୋତିରଞ୍ଜନ ମିଶ୍ରଙ୍କ କବିତା ସଂକଳନ ‘ଏକାନ୍ତବାସ’ ଲୋକାର୍ପିତ

ବରଗଡ, (କେପିଏନ୍‌ଏସ୍‌) : ଲାଭ ନଥାଇ ବେପାର କରୁଥିବା ମଣିଷ ହିଁ କବିଟିଏ । ଅନ୍ତର ବେଦନା ହିଁ କବିତା ହୋଇ ଝରିଯାଏ କଲମ ମୁନରୋକ୍ଷତ ସବୁ କବିତା ହୋଇ ନପାରନ୍ତି, ମାତ୍ର ପ୍ରତିଟି କବିତା ପଶ୍ଚାତପଦରେ ଥାଏ ଏକ କେବେ ବି ଶୁଖୁ ନଥିବା କ୍ଷତ । ଯାହା ଚିରକାଳ ଦୁଃଖ ହିଁ ଦେଇଥାଏ ଓ ସେଇ ଦୁଃଖଦ ଅନୁଭୂତି ହିଁ ସବୁକାଳେ କବିତା ବୋଲି କହିଛନ୍ତି କବି ଦିବ୍ୟକିଶୋର ଦେବତା । ସୃଷ୍ଟି ପ୍ରକାଶନୀ ଦ୍ୱାରା ପ୍ରକାଶିତ କବି ଜ୍ୟୋତିରଞ୍ଜନ ମିଶ୍ରଙ୍କ କୋରୋନା କାଳର ଅନୁଭୂତି ବ୍ୟଞ୍ଜକ କବିତା ‘ଏକାନ୍ତବାସ’ର ଲୋକାର୍ପଣ ସମାରୋହ ଅବସରରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ସେ ମତ ଦେଇଛନ୍ତି । ବରଗଡ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ପରିସରରେ ଅନୁଷ୍ଠିତ ଏହି ଲୋକାର୍ପଣ ସମାରୋହରେ ସମ୍ମାନିତ ଅତିଥି ଭାବରେ କବି ତଥା ବରିଷ୍ଠ ସାମ୍ବାଦିକ ସନ୍ଦୀପ କୁମାର କୁଅଁର ଯୋଗଦେଇ ଭାବଗତ ସ୍ତରରେ କବିତା ବା ସାହିତ୍ୟର ପାଠକ କମିଯାଉଥିବାରୁ, ଲୋକଙ୍କ ଭିତରେ ସୃଜନଶୀଳ ଭାବ କମିଯାଉଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ । ସୃଷ୍ଟି ପ୍ରକାଶନୀ ମୁଖ୍ୟ କବି ଗାଳ୍ପିକ ରୋହିତ ଦାଶଙ୍କ ସଭା ପରିଚାଳନାରେ ଅନୁଷ୍ଠିତ ଏହି ସମାରୋହରେ କବି ରତ୍ନମୟ ତ୍ରିପାଠୀ କବିତା ସଂକଳନର ସମୀକ୍ଷା କରିଥିବା ବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ଅଶୋକ ପଶାୟତ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଅଶୋକ ମହାପାତ୍ର ଓ ଡକ୍ଟର ଶୁଭେନ୍ଦୁ ସୁଧା ଷଢଙ୍ଗୀ ପ୍ରକାଶିତ ସଂକଳନ ‘ଏକାନ୍ତବାସ’ରୁ କବିତା ଆବୃତ୍ତି କରିଥିଲେ । ‘ଏକାନ୍ତବାସ’ର କବି ଜ୍ୟୋତିରଞ୍ଜନ ମିଶ୍ର ଲେଖକୀୟ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଶେଷରେ ସୁକୋମଳ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଗୋବର୍ଦ୍ଧନ ସାହୁ, କବିତା ମେହେର, ଡକ୍ଟର ତପସ୍ୱିନୀ ଗୁରୁ, ସଂଗୀତା ରଥ, ସଂଗୀତା ପଣ୍ଡା ଷଢଙ୍ଗୀ ପ୍ରମୁଖ ବହୁ କବିଲେଖକ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.