jayashree

ପ୍ରିୟ ଈଶ୍ୱର କବିତା ସଂକଳନ ଲୋକାର୍ପିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କବିତା ଯେତେବେଳେ ସ୍ୱୟଂ ଈଶ୍ୱରଙ୍କ ପ୍ରତି ସମର୍ପିତ ହୁଏ, ସେତେବେଳେ କବି ଜଣକ ମଧ୍ୟ ତଲ୍ଲିନ ହୁଅନ୍ତି ଈଶ୍ୱରୀୟ ସତ୍ତା ମଧ୍ୟରେ । ପାଠକୀୟତା ଭାବଟିଏ ସ୍ୱତଃ ସେଇ କବିତା ମଧ୍ୟରେ ଅକ୍ଷର ଅକ୍ଷର ହୋଇ ଫୁଟି ଉଠେ ଅନ୍ତର୍ଚେତନାକୁ ଦୋହଲାଇ । କବି ଯୋଗେଶ ଚନ୍ଦ୍ର ମିଶ୍ରଙ୍କ କବିତା ସଂକଳନ ଉନ୍ମୋଚିତ ହେବା ଅବସରରେ ଅତିଥିଗଣ ଏପରି ଭାବମୟ ଉକ୍ତି ପରଶି ଥିଲେ । ସ୍ଥାନୀୟ ବାଳକ ହାଇସ୍କୁଲର ସଭାଗୃହରେ ଇ-ପତ୍ରିକା, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ଦ୍ୱାରା ଆୟୋଜିତ ପୁସ୍ତକ ଉନ୍ମୋଚନ ଓ କବିତା ପାଠ ସଭାରେ ବରିଷ୍ଠ କବି ଭିକାରୀ ଚରଣ ମିଶ୍ର ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ପଣ୍ଡା, ଶିଶୁ କବି ଡ. ଯୁଗଳ କିଶୋର ଷଡଙ୍ଗୀ ଓ ଶିକ୍ଷାବିତ୍‌ ବୃନ୍ଦାବନ ଷଡଙ୍ଗୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କ୍ରମରେ ଇ-ପତ୍ରିକାର ଦଶମ ସଂସ୍କରଣ ମଧ୍ୟ ଉନ୍ମୋଚିତ ହୋଇଥିଲା । ପ୍ରିୟ ଈଶ୍ୱରର କବି ଯୋଗେଶ ମିଶ୍ର ଏବଂ ଇ-ପତ୍ରିକାର ସମ୍ପାଦକ ସରୋଜ କୁମାର ଶତପଥୀ ମଂଚାସୀନ ଥିଲେ । ବରିଷ୍ଠ ଲେଖକ ଜ୍ୟୋତି ପ୍ରକାଶ ଗଡତ୍ୟା ସଭା ପରିଚାଳନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବ୍ୟଙ୍ଗ କବି ଟିକେଲାଲ ବେହେରାଙ୍କ ସଭାପତିତ୍ୱ ଏବଂ ଶର୍ମିଷ୍ଠା ମିଶ୍ର ତଥା କବି ପଂଚାନନ ତାଣ୍ଡିଙ୍କ ସଂଯୋଜନାରେ କବି ନରସିଂହ ସାହୁ, ଆଦିମୂଳ ଶତପଥୀ, ଦିଲ୍ଲୀପ କୁମାର ପଶାୟତ, ମାନସ ରଂଜନ ସାହୁ ପ୍ରମୁଖ କବିତା ପାଠ କରିଥିଲେ । ଶେଷରେ ସରୋଜ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.