pakka

ପ୍ରାଚୀନ ଲୋକନୃତ୍ୟ ସଂଘର ୪ର୍ଥ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ୨୦୧୭ ମସିହାରୁ ତାଳଚେରଠାରେ ପ୍ରତିଷ୍ଠିତ ପ୍ରାଚୀନ ଲୋକନୃତ୍ୟ ସଂଘର ୪ର୍ଥ ବାର୍ଷିକ ଉତ୍ସବ ତଥା ପୂଜ୍ୟପୂଜା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ପଂଚାୟତ ସମିତି ସଭାଘରଠାରେ ଗତକାଲି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏମ୍‌ସିଏଲ ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ଏ.କେ.ସ୍ୱର୍ଣ୍ଣକାର ଯୋଗ ଦେଇ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ପ୍ରାଚୀନ କଳା ସଂସ୍କୃତିକୁ ପୁନଃରୁଦ୍ଧାର କରିବା ଏବଂ ଯେଉଁ କଳାକାରମାନେ ଓଡ଼ିଶାର ପ୍ରାଚୀନ ଲୋକକଳାକୁ ଉଦ୍‌ଜୀବିତ କରି ରଖିଛନ୍ତି, ସେମାନଙ୍କୁ ଏହି ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଦେଇ ଉତ୍ସାହିତ କରିବା ଏକ ଅଭିନବ ପ୍ରୟାସ ଓ ସାଧୁ ଉଦ୍ୟମ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଧୀରମୋହନ ରାୟ କହିଥିଲେ ଯେ, ପ୍ରାଚୀନ ଲୋକନୃତ୍ୟ ସଂଘ ହେଉଛି ମା’ ହିଙ୍ଗୁଳା କ୍ଷେତ୍ରର ଏକ ନିଆରା ଅନୁଷ୍ଠାନ । ସ୍ଥାନୀୟ କଳାକାରମାନଙ୍କୁ ଆମନ୍ତ୍ରିତ କରି ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ଏକ ଉଚ୍ଚ ପ୍ରଶଂସନୀୟ କାର୍ଯ୍ୟ । ଓଡ଼ିଆ ଜୀବନ ଶୈଳୀ ଓ ପ୍ରଥା ସହିତ ପ୍ରାଚୀନ ନୃତ୍ୟ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକନୃତ୍ୟ ଜନମାନସର ପରିବର୍ତନ ସହିତ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତନ ଆଣଛିି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ସାମଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଗ୍ରାମବହୁଳ ଓଡ଼ିଶାର ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଏହାକୁ ଆୟୋଜନ କରାଯାଏ । ଯାତ୍ରା ଓ ମହୋତ୍ସବ, ପ୍ରାଚୀନ ଲୋକନୃତ୍ୟ ମଧ୍ୟରେ ସଖୀ କଣ୍ଢେଇ ନାଚ, ଦଣ୍ଡ ନାଚ, ଚଇତି ଘୋଡ଼ା ନାଚ, ଛଉ ନୃତ୍ୟ, କରମା ନାଚ, ଘୁମୁରା ନାଚ, ଡାଲଖାଇ ନୃତ୍ୟ, ପାଲା, ଦାସକାଠିଆ, ଚଢ଼େଇଆ, ଗୋଟିପୁଅ, ମୋଗଲ ତାମସା, ସମ୍ବଲପୁରୀ, ଓଡ଼ିଶୀ ଆଦି ପ୍ରସିଦ୍ଧ ବୋଲି ମୁଖ୍ୟ ବକ୍ତା ତାଙ୍କ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ସମାଜସେବୀ ବିଭୁତି ସାହୁ, ସୁରଭି ମହିଳା ମଣ୍ଡଳ ଅଧ୍ୟକ୍ଷା ଡଲି ମିଶ୍ର, ବରିଷ୍ଠ ସ୍ତ୍ରୀ ଓ ପ୍ରସୁତି ରୋଗ ବିଶେଷଜ୍ଞ ଡା. ସୁସ୍ମିତା ସାହୁ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ସୌଭାଗ୍ୟ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କରୁଣାକର ବାଇ ମଂଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷା, ଜ୍ୟୋତିଷ ବିଷାରଦ, ସ୍ୱାସ୍ଥ୍ୟ, ସମାଜସେବୀ, କଳାକାର ଆଦି କ୍ଷେତ୍ରରେ ଉଳ୍ଲେଖନୀୟ କାର୍ଯ୍ୟ କରୁଥିବା ୬୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିଶେଷ ଓ ସାମାଜିକ ଅନୁଷ୍ଠାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ଉପସଭାପତି ନିରଞ୍ଜନ ସାମଲ, ପ୍ରଦୀପ ଭୂତିଆ, ମନୋରଞ୍ଜନ ଦାସ, ସିପୁନା ସାହୁ, ମନୋଜ ବାରିକ, ହେମନ୍ତ ଦେହୁରୀ, ଉମାଶଙ୍କର ଜେନା, ଆୟୁଷ କୁମାର ନାଥ, ନୀଳମାଧବ ଶତପଥୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ଲୋକକଳା ଅନୁଷ୍ଠାନର କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eighteen − 4 =