pr

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ଗାନ୍ଧିନଗରକୁ ହରାଇ ୟଙ୍ଗ୍‌ ଷ୍ଟୁଡେଣ୍ଟ ବିଜୟୀ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ ଠାରେ ଅନୁଷ୍ଠିତ ଓସିଏ ଭିଜନ ୨୦୨୪ ଜୁନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଉଦ୍‌ଘାଟିତ ହୋଇଯାଇଛି । ଆଜିର ଉଦ୍‌ଘାଟନୀ ମ୍ୟାଚରେ ୟଙ୍ଗ୍‌ ଷ୍ଟୁଡେଣ୍ଟ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ୪୮.୫ ଓଭରରେ ସମସ୍ତ ଉଇକେଟ ହରାଇ ୨୫୪ ରନ୍‌ ସଂଗ୍ରହ କରିଥିଲେ । ୟଙ୍ଗ୍‌ ଷ୍ଟୁଡେଣ୍ଟ ଦଳ ପକ୍ଷରୁ ପଲ୍ଲବ ପି. ନାଗ ସର୍ବଧିକ ୫୩ରନ୍‌, ଆଶିଷ କୁମାର ଭୋଇ ୪୧ ରନ୍‌, ସ୍ୱାଗତ ପଟ୍ଟନାୟକ ୩୧ ରନ୍‌ ସଂଗ୍ରହ କରିଥିଲେ । ଗାନ୍ଧିନଗର ଦଳ ପକ୍ଷରୁ ଆଶିଷ ଖମାରୀ ୩ ଗୋଟି ଓ ଶିବରାଜ ମଲ୍ଲିକ ୨ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ୨୫୫ ରନ୍‌ର ବିଜୟ ଲକ୍ଷକୁ ପିଛାକରିବାକୁ ଯାଇ ଗାନ୍ଧିନଗର ଦଳ ୩୦.୧ ଓଭରରେ ସମସ୍ତ ଉଇକେଟ ହରାଇ ୧୦୧ ରନ୍‌ ସଂଗ୍ରହ କରି ୧୫୩ ରନ୍‌ରେ ପରାଜୟ ବରଣ କରିଥିଲେ । ୟଙ୍ଗ୍‌ ଷ୍ଟୁଡେଣ୍ଟ ଦଳ ପକ୍ଷରୁ ସଫଳ ବୋଲର ଭାବରେ ପୁର୍ଣ୍ଣଚନ୍ଦ୍ର ବଗର୍ତ୍ତୀ ସର୍ବାଧିକ ୫ ଗୋଟି ଉଇକେଟ ଓ ହର୍ଷ ସିଂ ୨ଗୋଟି ଉଇକେଟ ଅକ୍ତିଆର କରି କରିଥିଲେ । ଆଜିର ଏହି ଦୁଇଟି ମ୍ୟାଚକୁ ଓସିଏ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର, ରାଜେନ୍ଦ୍ର ସେଠ୍‌ ପରିଚାଳନା କରିଥିବା ବେଳେ ଅନଲାଇନ ସ୍କୋରର୍‌ ଭାବରେ ସ୍ୱାଗତ ଶୁଭଙ୍କର ଓ ମେନୁଆଲ ସ୍କୋରର୍‌ ଭାବେ ଜଗପତି ନାଏକ ଦାୟିତ୍ୱ ତୁଲାଇଥିଲେ । ଏହି ଉଦ୍‌ଘାଟନୀ ମ୍ୟାଚରେ ଜିଲ୍ଲା କ୍ରିଡାସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ, ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ପ୍ରହ୍ଳାଦ ଶତପଥି, ଫୁଟବଲ ସମ୍ପାଦକ ହେମନ୍ତକୁମାର ବେହେରା, କାଉନ୍‌ସିଲ ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, ଜୟରାମ ମିଶ୍ର, ପୁର୍ବତନ ବରିଷ୍ଠ ଖେଳାଳି ସୁର୍ଯ୍ୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାକାଲି ଏଏଫସିସି ବଲାଙ୍ଗିର ଓ କେୱାସିସି କଣ୍ଟାବାଞ୍ଜି ମଧ୍ୟରେ ଅନୁଷ୍ଠିତ ହେବ ।

nrusinghnath
Leave A Reply

Your email address will not be published.