pakka

ପୁରୀରେ ଆୟୋଜିତ ହେବ ବିଂଶତମ ଲୋକମେଳା ୨୦୨୨

bbehera

ଭୁବନେଶ୍ୱର, (ପିଆଇବି) : ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଆୟୋଜିତ ହେବ ବିଂଶତମ ଲୋକମେଳା ୨୦୨୨ । ଚଳିତ ମାସ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରର ଶରଧାବାଲି ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହେବ ଏହି ଲୋକ ସାଂସ୍କୃତିକ ମହୋତ୍ସବ । ଅଣଲାଭକାରୀ ସ୍ବେଚ୍ଛାସେବୀ ସଂଗଠନ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା (ଏସଏସଏସ) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏସ୍‌ଏସ୍‌ଏସ୍‌ ସଂଗଠନ ଲୋକକଳା ଏବଂ ଅଭିବ୍ୟକ୍ତିକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ସାଂସ୍କୃତିକ ସୁରକ୍ଷା ଏବଂ ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିଥାଏ ।
ଓଡ଼ିଶା ଏକ ଜନଜାତି ବହୁଳ ରାଜ୍ୟ । ଏଠାରେ ୬୨ଟି ଜନଜାତି ସମ୍ପ୍ରଦାୟ ଓ ଦେଶର ୨୨%ରୁ ଅଧିକ ଜନଜାତି ବର୍ଗର ଲୋକ ରହିଥାନ୍ତି । ରାଜ୍ୟରେ ଜନଜାତି ସଂସ୍କୃତିର ଅଭିନବ ସମାହାର ଦେଖିବାକୁ ମିଳିଥାଏ । ଏପରିକି ପୁରାଣରେ ମଧ୍ୟ ବର୍ଣ୍ଣିତ ଅଛି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂଳ ସ୍ୱରୂପ ନୀଳମାଧବଙ୍କୁ ଆଦିବାସୀ ରାଜା ବିଶ୍ୱାବସୁ ପୂଜା କରୁଥିଲେ । ରାଜ୍ୟର ସାମାଜିକ, ଆର୍ଥିକ ଏବଂ ସାଂସ୍କୃତିକ ଜୀବନ ଉପରେ ଜନଜାତି ସମୁଦାୟର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଥାଏ । ଦୃତ ଆଧୁନିକୀକରଣ କାରଣରୁ ପାରମ୍ପରିକ ଲୋକ ଏବଂ ଜନଜାତି ସଂସ୍କୃତି ଉପରେ ବିପଦ ମାଡ଼ି ଆସଛି ଫଳରେ ଏହା ଧୀରେ ଧୀରେ ବିଲୁପ୍ତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଲୋକ ମେଳା ଆଦିବାସୀ କଳା ସଂସ୍କୃତିର ପ୍ରୋତ୍ସାହନ ଦିଗରେ ବିଶେଷ ସହାୟକ ହୋଇ ପାରିବ ବୋଲି ଆଶା କରାଯାଉଛି ।

jay balangir
Leave A Reply

Your email address will not be published.

17 − eight =

error: Content is protected !!