pakka

ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଅମାନବୀୟ କାଣ୍ଡ : ଧାରୁଆ ଛୁରୀରେ ସ୍ତ୍ରୀର ବେକ କାଟିଲା ନୃସଂଶ ସ୍ୱାମୀ

bbehera

ବଲାଙ୍ଗିର, (କେପିଏନଏସ୍‌) : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଘଟାଇଲା ଅମାନବୀୟ କାଣ୍ଡ । ଶୋଇଥିବା ଅବସ୍ଥାରେ ଧାରୁଆ ଛୁରୀରେ ସ୍ତ୍ରୀର ବେକ କାଟିଲା ନୃସଂଶ ସ୍ୱାମୀ । ଏପରି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବାହାବଲ ଗାଁରେ । ସୂଚନା ଯୋଗ୍ୟ ଯେ, ଗତ ୧୩ ତାରିଖ ଦିନ ହେମ ନିଜ ଗାଁର ଜଣେ ପିଲାଙ୍କ ସହିତ ଭିଡିଓ କଲରେ କଥା ହେଉଥିଲେ । ତାହା ଦେଖିବା ପରେ ସେ ପିଲା ସହିତ ହେମଙ୍କର ଅନୈତିକ ସଂପର୍କ ଥିବା ସନ୍ଦେହ କରିଥିଲେ ସ୍ୱାମୀ ସୁଧୀର । ଆଉ ତାପରେ ହେମଙ୍କୁ କାଠଫଳିଆରେ ଜୋରଦାର ମାଡ଼ ମାରିଥିଲେ । ଫଳରେ ପ୍ରାଣ ବିକଳରେ ନିଜ ବାପଘର ବାହାବଲକୁ ଚାଲିଯାଇଥିଲେ ହେମ ।

ଏତିକିରେ ସୁଧୀରର ରାଗ ଶାନ୍ତ ହୋଇନଥିଲା । ଗତକାଲି ବିଲମ୍ୱିତ ରାତିରେ ନିଜ ଶଶୁର ଘର ବାହାବଲକୁ ଯାଇ, ସୁଧୀର ନିଜ ସ୍ତ୍ରୀକୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା । ହେମ ଶୋଇଥିବା ସମୟରେ ଛୁରୀ ସାହାଯ୍ୟରେ ତାଙ୍କ ବେକକୁ କାଟି ଦେଇଥିଲା ସେ । ଘର ଲୋକେ ପାଟିତୁଣ୍ଡ କରିବାରୁ ରକ୍ତମୁଖା ସୁଧୀର ଫେରାର ମାରିଥିଲା । ବାପ ଘର ଲୋକେ ଗୁରୁତର ଅବସ୍ଥାରେ ହେମକୁ ପ୍ରଥମେ କଣ୍ଟାବାଞ୍ଜି ହସପିଟାଲ ଏବଂ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣିଥିଲେ । ହେମଙ୍କ ବେକରେ ଗଭୀର ଆଘାତ ଲାଗିଥିବା ବେଳେ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପଟେ ସ୍ୱାମୀ ସୁଧୀର ଫେରାର ମାରିଛି ।

jay balangir
Leave A Reply

Your email address will not be published.

ten − 6 =

error: Content is protected !!