କୁମ୍ଭାରୀରେ ଲୋକ କଳା ଉତ୍ସବ ଉଦ୍‌ଘାଟିତ : ଆଦିବାସୀ ଢୋଲ ମୁହୁରୀରେ ଦୁଲକିଲା ମଞ୍ଚ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ କୁମ୍ଭାରୀ ଜୟ ଜଗନ୍ନାଥ କଳା ପରିଷଦ ଆନୁକୂଲ୍ୟରେ ଚତୁର୍ଥ ବର୍ଷ ଉପଲକ୍ଷେ ଲୋକ କଳା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ଢୋଲ ନିଶାନ ମୁହୁରୀ କଳା ପରିଷଦ ଦ୍ୱାରା ନୃତ୍ୟ ପରିବେଷଣରେ ଦର୍ଶକମାନେ ବିମୋହିତ । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରି ଲୋକ କଳା, ଲୋକ ନୃତ୍ୟ ଲୋକ ବାଦ୍ୟ ଉପରେ ଆଲୋକପାତ କରିଥିଲେ । ସଭାରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ଶାଖା ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ, ସରପଞ୍ଚ ଶୈଳେନ୍ଦୀ ମହାନନ୍ଦ ଓ ସମିତି ସଭ୍ୟା ସରୋଜିନୀ ବିଭାର ପ୍ରମୁଖ ଯୋଗଦାନ କରି ଲୋକ ମହୋତ୍ସବ ଆଭିମୁଖ୍ୟ ଉପରେ ଅତିଥିମାନେ ମତ ରଖିଥିଲେ । କାର୍ଯ୍ୟକ୍ରମକୁ ଯୁବ ସ୍ୱେଚ୍ଛାସେବୀ ରାଜେନ୍ଦ୍ର ଖମାରୀ ପରିଚାଳନା କରିଥିଲେ । ଏହାର ଉଦ୍‌ଘାଟନୀ ଉତ୍ସବରେ ଲୋକ ଗୀତ କଳାକାର ବିଳମ୍ବ କୁମ୍ଭାର, କୈଳାଶ କୁମ୍ଭାର ଓ ସୁମିଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତ ପରିବେଷଣ ବେଶ ଆକର୍ଷଣୀୟ ଥିଲା । ଏହାପରେ ଟିଟିଲାଗଡ଼ ମା ସନ୍ତୋଷିନୀ ଗୃପ ଡ୍ୟାନ୍ସ ଦର୍ଶକଙ୍କ ମନ ମୋହିଥିଲା । ଏଥିରେ ଜୟ ଜଗନ୍ନାଥ କଳା ପରିଷଦ ସଭାପତି ସୌମ୍ୟ ରଞ୍ଜନ ବଗର୍ତିଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

18 − 1 =