pakka

ଗୋଇମୁଣ୍ଡ ଅଞ୍ଚଳରୁ ଜଣେ ଶିକ୍ଷକଙ୍କ ନାବାଳିକା ଝିଅକୁ ଅପହରଣ ଘଟଣା : ବର୍ଷେ ପରେ ତୃତୀୟ ଅଭିଯୁକ୍ତ ଗିରଫ, ପୋକସୋ କୋର୍ଟ ଚାଲାଣ

bbehera
  • ପୂର୍ବରୁ କାର ଡ୍ରାଇଭର ସହ ଅପହରଣକାରୀ ଗିରଫ ଓ କାର ଜବତ ସହ ନାବାଳିକା ଉଦ୍ଧାର ହୋଇଥିଲେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୋଇମୁଣ୍ଡ ପଞ୍ଚାୟତ ଅଞ୍ଚଳରୁ ଗତ ୨୦୨୨ମସିହା ଅକ୍ଟୋବର ମାସରେ ଜଣେ ଶିକ୍ଷକଙ୍କ ଅପହୃତ ନାବାଳିକା(୧୭)ଝିଅଙ୍କୁ ପୁଲିସ ତାମିଲନାଡୁ ରାଜ୍ୟରୁ ଉଦ୍ଧାର କରିବା ସହ ଏଥିରେ ସମ୍ପୃକ୍ତ ଅପହରଣକାରୀ ଯୁବକ ଭୋଇପଡା ଗ୍ରାମର ଯୁଗଳ କିଶୋର ସରାଫ(୨୧)ଓ ସହଯୋଗୀ ବଙ୍ଗୋମୁଣ୍ଡାର କାର ଡ୍ରାଇଭର ରିଷୀଧର ରଣା(୩୧)ଙ୍କୁ ଗତ ୨୦୨୨ ଡ଼ିସେମ୍ବର ମାସରେ ଗିରଫ କରି ପୋକସୋ କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ସଂପୃକ୍ତ ତୃତୀୟ ଅଭିଯୁକ୍ତ ଭୋଇପଡା ଗ୍ରାମର ନର୍ବେ ସରାଫ(୩୫)ଙ୍କୁ ପୁଲିସ୍ ଏକ ବର୍ଷ ପରେ ଗିରଫ କରି ରବିବାର ବଲାଙ୍ଗିର ପୋକସୋ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ପୂର୍ବରୁ ଅପହରଣରେ ବ୍ୟବହୃତ ଏକ ଆର୍ଟିକା କାର ଓଡ଼ି୦୨ଏଏମ ୯୫୨୨କୁ ଜବତ କରାଯାଇଥିଲା ।ସମ୍ପୃକ୍ତ ନାବାଳିକାଙ୍କୁ ଗତ ୨୦୨୨ ଅକ୍ଟୋବର ୧୪ତାରିଖ ରାତିରେ କାର ଯୋଗେ ଅପହରଣ କରି ନିଆଯାଇଥିବା ୧୫ତାରିଖରେ ମୁରିବାହାଲ ଥାନାରେ ଶିକ୍ଷକଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ପୁଲିସ କେସ ନଂ ୧୮୪/୨୨ରୁଜ୍ଜୁ କରି ତଦନ୍ତ କରୁଥିବା ବେଳେ ଉଭୟଙ୍କୁ ତାମିଲନାଡୁ ଅଞ୍ଚଳରୁ ଉଦ୍ଧାର କରି ଆଣି ଥାନାରେ ଅଟକ ରଖିଥିଲା । ପରେ ଅଧିକ ତଦନ୍ତ ପରେ ସେତେବେଳେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ବଲାଙ୍ଗିର ପୋକସୋ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ତତ୍କାଳୀନ ଥାନା ଆଇଆଇସି କମଳଲୋଚନ ବେହେରା ପ୍ରକାଶ କରିଥିଲେ । ଶନିବାର ଥାନା ସବଇନ୍ସେକ୍ଟର ଦନାର୍ଦନ ଓରାମଙ୍କ ନେତୃତ୍ବରେ ପୁଲିସ ପୁରୁଣା ମାମଲାରେ ଚଢାଉ କରି ଅଭିଯୁକ୍ତ ନର୍ବେଙ୍କୁ ଗିରଫ କରି ରବିବାର ବଲାଙ୍ଗିର ପୋକସୋ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ମୁରିବାହାଲ ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ଘଟଣାଟି ସେତେବେଳେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା ।

jay balangir
Leave A Reply

Your email address will not be published.

two × four =