pakka

ନିଖୋଜ ଥିବା ଯୁବକର ଶବ କୂଅରୁ ଉଦ୍ଧାର

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ରମ୍ଭା ଥାନା ଅଧିନସ୍ତ ବୋରିଗାଁର ଜୈନେକ ଯୁବକଙ୍କ ଶବ ଝଡ଼େଶ୍ୱର ପାର୍ଶ୍ୱ ଏକ ଶସ୍ୟ କ୍ଷେତ୍ରରେ ରହିଥିବା ମୁକ୍ତ କୂଅ ମଧ୍ୟରୁ ଉଦ୍ଧାର କରାଯାଇଛି । ଯୁବକ ଜଣକ ବୋରିଗାଁର ପପୁନ ନାହାକ(୨୬) ବୋଲି ଜଣାପଡିଛି । ଶସ୍ୟକ୍ଷେତ୍ରର ମାଲିକ କୂଅରୁ ପାଣି ମଡାଇବାକୁ ଯିବା ବେଳେ ଏକ ଶବ କୂଅ ମଧ୍ୟରେ ଭାସୁଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ସ୍ଥାନୀୟ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ ଏନେଇ ସ୍ଥାନୀୟ ପୋଲିସ ଓ ଦମକଳ ବିଭାଗକୁ ଖବର ଦେଇଥିଲେ । କୂଅ ମଧ୍ୟରୁ ତାଙ୍କ ଶବ ଉଦ୍ଧାର କରାଯାଇ ବ୍ୟବଛେଦ ପାଇଁ ପଠାଯାଇଛି । ସୂଚନା ମୁତାବକ ଦୁଇ ଦିନ ହେଲା ଯୁବକ ଜଣକ ନିଖୋଜ ଥିଲେ । ପରିବାର ବର୍ଗ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ଦୁଇଦିନ ତଳେ ଯୁବକ ଜଣଙ୍କ ପ୍ରତିଦିନ ପରି ଉକ୍ତ ଶସ୍ୟକ୍ଷେତ୍ରରେ ଥିବା କୂଅକୁ ଗାଧୋଇବାକୁ ଆସି ଅସାବଧାନତା ଯୋଗୁଁ କୂଅ ମଧ୍ୟକୁ ଖସି ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି ।

jay balangir
Leave A Reply

Your email address will not be published.

one × two =