csstore

ଚନ୍ଦନଭାଟି ହାଇସ୍କୁଲ ୧୯୯୯ ମ୍ୟାଟ୍ରିକ ବ୍ୟାଚର ରୌପ୍ୟ ଜୟନ୍ତୀ ସମାରୋହ ଓ ବଂଧୁ ମିଳନ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ପଂଚାୟତ ହାଇସ୍କୁଲ ଚନ୍ଦନଭାଟିର ୧୯୯୯ ମ୍ୟାଟ୍ରିକ ବ୍ୟାଚର ରୌପ୍ୟ ଜୟନ୍ତୀ ସମାରୋହ ଓ ବଂଧୁ ମିଳନ ନିକଟସ୍ଥ କଅଗାଁ ଖେଳ ପଡ଼ିଆରେ ବଡ ଧୁମ୍‌ଧାମ୍‌ରେ ପାଲିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପଂଚାୟତ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ମିଶ୍ର, ରାଜୀବ ଲୋଚନ ବହିଦାର, କପିଳେଶ୍ୱର ପାଣିଗ୍ରାହୀ, ସୁଧାନିଧି ହୋତା, ଗୋପାଳ ପ୍ରସାଦ ପାଣିଗ୍ରାହୀ, ରମେଶ ଚନ୍ଦ୍ର ମେହେର, ଗୋପଳ ଚନ୍ଦ୍ର ରଥ, ଉମାକାନ୍ତ ପାଣିଗ୍ରାହୀ, ଶିକ୍ଷୟିତ୍ରୀ ଝୁନୁଲତା ସାବତ ଓ ପ୍ରଭୁଦତ୍ତ ପ୍ରଧାନ ଯୋଗଦେଇ ଦୀର୍ଘ ବିତିଯାଇଥିବା ୨୫ ବର୍ଷର ସ୍ମୁତିକୁ ମନେପକାଇ ଥିଲେ । ସମସ୍ତ ଶିକ୍ଷକ ମାନଙ୍କୁ ୧୯୯୯ ମ୍ୟାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ଦ୍ବାରା କୁନି ପ୍ରତିଭା ମାନଙ୍କୁ ତଥା ୧୯୯୯ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ରୌପ୍ୟ ଜୟନ୍ତୀ ସ୍ମାରକୀ ପ୍ରଦାନ କରିଥିଲେ । ମଂଚ ପରିଚାଳନା ଟିକେଶ୍ୱର ମିଶ୍ର ଓ ପ୍ରିୟନାଥ ଦଣ୍ଡସେନା କରିଥିବା ବେଳେ ଏଥିରେ ପୁରାତନ ଛାତ୍ର ହରିହର ପଧାନ, ଅଜିତ ପୁରୋହିତ, ରଂଜୟ ଯୋଷୀ, ରାକେଶ ମିଶ୍ର, ଚିତ୍ତରଂଜନ ପଟେଲ, ହିମାଂଶୁ ମିଶ୍ର, ଛାତ୍ରୀ ପ୍ରେମାଞ୍ଜଳି ପୁରୋହିତ, ନିର୍ଝରିଣୀ ଦଲାଇ, ସୁକାନ୍ତି ବାଘ ପ୍ରମୁଖ ସହଯୋଗ କରିଥିଲେ । ନିଜ ବ୍ୟାଚର ସହପାଠୀ ଅବସରପ୍ରାପ୍ତ ସୈନିକ ଅମରେଶ ଚନ୍ଦ୍ର ଖମାରୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସବିଶେଷରେ ରାଜେଶ ତ୍ରିପାଠୀ ଧନ୍ୟବାଦ ଦେଇ ସଭା ସମାପନ କରିଥିଲେ ।

jayashree
Leave A Reply

Your email address will not be published.