jsm

ଉଦ୍‌ଘାଟିତ ହେଲା ୨୧ତମ ବଲାଙ୍ଗିର ଲୋକଉତ୍ସବ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳାମଣ୍ଡଳର ନୂତନ ମଞ୍ଚରେ ୨୧ତମ ବଲାଙ୍ଗିର ଲୋକଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ଲୋକଉତ୍ସବ ସମିତିର ଅଧ୍ୟକ୍ଷ ତଥା ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ବରେଣ୍ୟ ଅତିଥି ଭାବେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଂଗ, ବଲାଙ୍ଗିର ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର, ବିଶିଷ୍ଠ ସଂଙ୍ଗୀତ ସାଧକ ଶଙ୍କର ପ୍ରଧାନ ଯୋଗଦାନ କରିଛନ୍ତି । ଲୀଳା ଓ ମଞ୍ଚ ନାଟକର ବରିଷ୍ଠ ଅଭିନେତା ଡ. ଶୁଧାଂଶୁ ଶେଖର ପଟ୍ଟନାଏକ ମଧ୍ୟ ଅତିଥି କଳାକାର ଭାବେ ମଞ୍ଚାସୀନ ହୋଇଛନ୍ତି । ଆଜିର ମଞ୍ଚରେ ୨୧ତମ ବଲାଙ୍ଗିର ଲୋକଉତ୍ସବ ସ୍ମରଣିକା ମଧ୍ୟ ଉନ୍ମୋଚିତ ହୋଇଯାଇଛି । ଯାହା କାଲିଠାରୁ ସର୍ବସାଧାରଣଙ୍କ ପାଇଁ କୋଶଳ କଳାମଣ୍ଡଳରେ ଉପଲବ୍ଧ ହେବ । ମଞ୍ଚ ନାଟକ ଓ ଚଳଚ୍ଚିତ୍ର ଜଗତର ବିଶିଷ୍ଠ କଳାକାର କଳା ନିର୍ଦ୍ଦେଶକ ତଥା ସାହିତ୍ୟିକ ବ୍ରହ୍ମାନନ୍ଦ ବନ୍‌ଛୋରଙ୍କୁ ଉଦ୍‌ଘାଟନୀ ସଭା ମଞ୍ଚରେ ଅତିଥିମାନେ ବଲାଙ୍ଗିର ଲୋକଉତ୍ସବ ୨୦୨୩ ସମ୍ମାନ ପ୍ରଦାନ କରିଛନ୍ତି । ମଞ୍ଚ ସଂଚାଳନର ଦାୟିତ୍ୱ ଗ୍ରହଣ କରିଛନ୍ତି ସ୍ମରଣିକା କମିଟିର ଉପାଧ୍ୟକ୍ଷ ସନ୍ଦୀପ କୁଅଁର । ଉଦ୍‌ଘାଟନୀ ସଭା ପୂର୍ବରୁ ପ୍ରଦର୍ଶନୀ ଓ ପଲ୍ଲିଶ୍ରୀମେଳା ଉଦ୍‌ଘାଟନ ହୋଇଥିବା ବେଳେ ସଭାପରେ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

yuvodaya
Leave A Reply

Your email address will not be published.