csstore

୨୧ତମ ବଲାଙ୍ଗିର ଲୋକ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା : ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମନ୍ତ୍ରୀ ଟୁକୁନି ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳାମଣ୍ଡଳର ନୂତନ ମଞ୍ଚରେ ୨୧ତମ ବଲାଙ୍ଗିର ଲୋକ ଉତ୍ସବର ଆଜି ହେଉଛି ଦ୍ୱିତୀୟ ସନ୍ଧ୍ୟା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପ୍ରଖ୍ୟାତ ଟେରାକୋଟା ଶିଳ୍ପୀ ଗୌରଚନ୍ଦ୍ର ରଣା, ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ଓଡିଶା ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ କଲିକେଶ ନାରାୟଣ ସିଂହଦେଓ, ଅତିଥି ଭାବେ ଲୋକ ନାଟ୍ୟକାର ତଥା କବି ଦଶରଥ ସାମଲ, କଳାକାର ଅଶୋକ ପ୍ରକାଶ ଦାସ ପ୍ରମୁଖ ଯୋଗ ଦେଇଛନ୍ତି । ସମ୍ପାନ କମିଟିର ସହ ଅଧ୍ୟକ୍ଷ ଡ. ସଞ୍ଜୟ ମିଶ୍ର ସଭାକାର୍ଯ୍ୟ ସଂଯୋଜନା କରିଥିବା ବେଳେ ଲୋଟସ ଷଡଙ୍ଗୀ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ସଭାପତି ଭାବେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଯୋଗ ଦେଇଥିଲେ । ଶେଷରେ ଖାଦ୍ୟ କମିଟିର ସହ-ଅଧ୍ୟକ୍ଷ ସୋମନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଦ୍ୱିତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ କୋଶଳ କଳାମଣ୍ଡଳର ମଞ୍ଚ ଦୁଲୁକି ଉଠିଛି ।

jayashree
Leave A Reply

Your email address will not be published.