csstore

ଚନ୍ଦ୍ରମଣି ନାଟ୍ୟ ସଂଘ ଶତ ବାର୍ଷିକୀ ଲୋଗୋ ଉନ୍ମୋଚିତ

  • ନଭେମ୍ବର ମାସ ୨୧, ୨୨ ତାରିଖରେ ଶତ ବାର୍ଷିକୀ ମହୋତ୍ସବ
  • ଖୁବ୍ ଶୀଘ୍ର ହେବ ଚନ୍ଦ୍ରମଣି ନାଟ୍ୟ ସମ୍ମାନ ଘୋଷଣା

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ରମଣି ନାଟ୍ୟ ସଂଘ ଶତ ବାର୍ଷିକୀ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଶ୍ରୀରାମ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କଳାକାର କୃପାସିନ୍ଧୁ ତ୍ରିପାଠୀ, ଅନ୍ୟତମ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ନିର୍ଦ୍ଦେଶକ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ଉପ ସଭାପତି ଚିତ୍ତ ରଞ୍ଜନ ବାଗ ମଞ୍ଚାସୀନ ରହିଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ଲୋଗୋ ପୂଜାର୍ଚ୍ଚନା ପରେ ଲୋଗୋ ଉନ୍ମୋଚନ ହୋଇଥିଲା । ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ସାଂସ୍କୃତିକ ସଂପାଦକ ଶ୍ରୀପତି ପଟ୍ଟନାୟକ, ରାକେଶ ଶତପଥି, ରମାକାନ୍ତ ପ୍ରହରାଜ, ନୀଳ ମାଧବ ସିଂହଦେଓ ସହଯୋଗ କରିଥିଲେ । ସଭା ପ୍ରାରମ୍ଭରେ ସମ୍ପାଦକ ହେମନ୍ତ ସାହୁ ଶତବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକରୁ ଅଦ୍ୟାବଧି ହୋଇଥିବା ପ୍ରଗତି ସମ୍ପର୍କରେ ସୂଚନା ଦେବା ସହ ଏହି ମହୋତ୍ସବ ଚଳିତ ବର୍ଷ ଆଗାମୀ ନଭେମ୍ବର ମାସ ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ମହାସମାରୋହରେ ପାଳନ କରାଯିବ ବୋଲି ସୂଚନା ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ଚନ୍ଦ୍ରମଣି ନାଟ୍ୟ ସଂଘକୁ ନେଇ ନିଜର ପିଲାଦିନର ଅନୁଭୂତି ବର୍ଣ୍ଣନା କରିଥିଲେ । ଅନ୍ୟତମ ଅତିଥି ଶ୍ରୀ ସିଂହଦେଓ ଚନ୍ଦ୍ରମଣି ନାଟ୍ୟ ସଂଘ ଆମ ମାଟିର ଏକ ପରିଚୟ, ଏହି ଶତ ବାର୍ଷିକୀ ମହୋତ୍ସବକୁ ଧୁମ୍‌ଧାମ୍‌ରେ ପାଳନ କରିବା ନିମନ୍ତେ ସମସ୍ତ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସଭାପତି ଶ୍ରୀ ମିଶ୍ର ଏହି ମହୋତ୍ସବ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିବା ବେଳେ ଉପସଭାପତି ଶ୍ରୀ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଳାକାର ମାଗୁଣି ପୁରୋହିତ, ବୁଧେନ୍ଦ୍ର ପ୍ରତାପ ସିଂହଦେଓ, ଭୁବନ ବିକ୍ରମ ସିଂହଦେଓ, ସରୋଜ ମହାଖୁଡ, ହୀରେନ୍ଦ୍ର ପ୍ରତାପ ସିଂହଦେଓ, କୁବେର ମହାଖୁଡ଼, ବିକାଶ ରଞ୍ଜନ ସିଂହଦେଓ, ଭାଗବତ ଘିଭେଲାଙ୍କ ସମେତ ବାସୁଦେବ ମହାରଣା, ଶିବ ପ୍ରସାଦ ଶତପଥୀ, ବିଭୁ ପ୍ରସାଦ ସାହୁ, ବୀରେନ୍ଦ୍ର ରଥ, ନାରାୟଣ ମହାଲିକ, ଲଳିତ ମହାଖୁଡ଼, ରଶ୍ମି ରଂଜନ ପ୍ରହରାଜ, ପ୍ରଦୀପ ସିଂ (ବଡ ବାବୁ), ବିଶେଶ୍ୱର ମହାନ୍ତି, ଜୀତେନ୍ଦ୍ର ପାତ୍ର, ଉପେନ୍ଦ୍ର ମହାଖୁଡ଼, ଅମରେଶ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ । ଶତ ବାର୍ଷିକୀ ମହୋତ୍ସବ ଅବସରରେ ରାଜ୍ୟସ୍ତରୀୟ ନାଟ୍ୟ ପ୍ରତିଭାମାନଙ୍କୁ ସମ୍ମାନୀତ କରାଯିବ ଏବଂ ଏହି ସମ୍ମାନ ନିମନ୍ତେ ଚୟନ ପ୍ରକିୟା ଚାଲିଛି, ଖୁବ୍ ଶୀଘ୍ର ଏହା ଘୋଷଣା କରାଯିବ ବୋଲି ସମ୍ପାଦକ ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତି ।

jayashree
Leave A Reply

Your email address will not be published.