ଦଶମ ଶ୍ରେଣୀରେ ଟିଟିଲାଗଡ଼ର ଝିଅ ଲିପ୍ସାଙ୍କ ସଫଳତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ଦଶମ ଶ୍ରେଣୀରେ ଏ୧ ଗ୍ରେଡ୍ ପାଇ ଉତ୍ତୀର୍ଣ୍ଣ ହୋଇଛନ୍ତି ଲିପ୍ସା ସାହୁ । ଟିଟିଲାଗଡ଼ ବ୍ଲକ୍ ତଥା ଟିଟିଲାଗଡ଼ ସହରରେ ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ଜଣେ ମାତ୍ର ଲିପ୍ସା ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଫଳରେ ପୂର୍ଣ୍ଣ ମାର୍କ୍ ୬୦୦ରୁ ୫୪୯ ମାର୍କ ରଖି ଏ୧ଗ୍ରେଟ୍ ପାଇ ସଫଳତା ଅର୍ଜନ କରିଛନ୍ତି ଓ ଟିଟିଲାଗଡ ମାଟି ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ଟିଟିଲାଗଡ଼ ରାମମନ୍ଦିର ସର୍ଗିଗୁଡାର ତ୍ରିଲୋଚନ ସାହୁଙ୍କ ବଡ଼ଝିଅ ଲିପ୍ସା ସାହୁ । ଟିଟିଲାଗଡ଼ ସରକାରୀ ମହେଶ୍ୱର ହିନ୍ଦୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ଲିପ୍ସାଙ୍କ ସଫଳତା ଯୋଗୁଁ ତାଙ୍କ ମା’ ସରିତା ସାହୁ ଏବଂ ବାପା ତ୍ରିଲୋଚନ ସାହୁ ଏବଂ ସମସ୍ତ ପରିବାରବର୍ଗ ଗର୍ବ ଅନୁଭବ କରୁଥିବା ବେଳେ ସାରା ଟିଟିଲାଗଡ଼ବାସୀ ମଧ୍ୟ ବହୁତ ଖୁସି ପ୍ରକାଶ କରିଛନ୍ତି । କଠିନ ପରିଶ୍ରମ ଓ ନିଷ୍ଠାର ସୁଫଳ ନିଶ୍ଚେ ମିଳେ ବୋଲି ଆଜି ପ୍ରମାଣ କରିଛନ୍ତି ଲିପ୍ସା । ଆଗାମୀ ଦିନରେ ଆହୁରି ପରିଶ୍ରମ କରି ଅଧ୍ୟୟନରେ ସଫଳତା ହାସଲ କରିବା ସହ ଏକ ସମୃଦ୍ଧ ଦେଶ ଗଠନରେ ନିଜକୁ ନିୟୋଜିତ କରିବେ ବୋଲି ଲିପ୍ସା ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.