୩ କ୍ୱିଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ : ୨ ଗିରଫ

ବୌଦ୍ଧ : ଗଞ୍ଜେଇ ଚୋରା ଚାଲାଣ ବଢିବାରେ ଲାଗିଛି । ପ୍ରତିଦିନ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରୁଛି ପୋଲିସ । ଆଜି ଆଉ ଏକ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ବେଳେ ଧରିଛି ପୋଲିସ । ପୋଲିସ ୩ କ୍ୱିଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ବୌଦ୍ଧ ଜିଲ୍ଲା କଂଟାମାଳ ଅଂଚଳରୁ ଏକ ଟ୍ରକ୍‌ରେ ଲୁଡା ରଡ୍ ବୋଝେଇ ହୋଇଆସୁଥିଲା । ହେଲେ ଏହି ଲୁହା ରଡ୍ ତଳେ ଗଞ୍ଜେଇ ଚାଲାଣ ହେଉଥିବା ଖବର ମିଳିଥିଲା । ଗଞ୍ଜେଇ ଚୋରା ଚାଲାଣ ନେଇ ସୋନପୁର ପୋଲିସକୁ ସୂଚନା ମିଳିବା ପରେ ପୋଲିସ କୁଂଜ ଛକରେ ଛପି ରହିଥିଲା । ଟ୍ରକ୍ ପହଞ୍ଚିବା ପରେ ତାକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ । ଗଞ୍ଜେଇ ଚାଲାଣ କରୁଥିବା ମଧ୍ୟପ୍ରଦେଶର ବିଜୟ ଗାୱଲେ ଏବଂ ବିନୋଦ ମାଂଝୀ । ଟ୍ରକରେ ଥିବା ୨୪ ଟନ ୯୬୦ କେଜି ଲୁହା ରଡକୁ ମଧ୍ୟ ଜବତ କରିଛି ପୋଲିସ ।

Leave A Reply

Your email address will not be published.