jsm

୧ମ ବାର୍ଷିକ ରଗବୀ ପ୍ରୀମିୟର ଲିଗରେ ମ୍ୟାଚ୍ ଅଫିସିଆଲ୍ ଭାବେ ଦିବ୍ୟରଞ୍ଜନ ମନୋନୀତ

csstore

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୁମ୍ବାଇର ଅନ୍ଧେରୀ ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ଆରମ୍ଭ ହୋଇଥିବା ୧ମ ବାର୍ଷିକ ରଗବୀ ପ୍ରୀମିୟର ଲିଗରେ ଏକମାତ୍ର ଓଡ଼ିଆ ମ୍ୟାଚ୍ ଅଫିସିଆଲ୍ ଭାବେ ମୟୂରଭଞ୍ଜ ଜିଲ୍ଲାର ଦିବ୍ୟରଞ୍ଜନ ଦାସ ସ୍ଥାନ ପାଇଛନ୍ତି । ଦିବ୍ୟରଞ୍ଜନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପାଝର ପଞ୍ଚାୟତର କିରିକିଚିପାଳ ଗ୍ରାମରେ ହୋଇଥିବା ବେଳେ ବର୍ତ୍ତମାନ ସେ ଶ୍ୟାମଖୁଣ୍ଟା ବ୍ଲକ ସ୍ଥିତ କୃଷ୍ଣଚନ୍ଦ୍ର ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ୨୦୧୭ ମସିହାରେ ପ୍ରଥମ ଥର ପାଇଁ ଜାତୀୟ ରେଫରୀ ଭାବେ ମନୋନୀତ ହୋଇ ଜାତୀୟ ସ୍କୁଲ କ୍ରୀଡା ସଫଳତା ସହିତ ସମ୍ପାଦନା କରିବା ସହ ବର୍ତ୍ତମାନ ସୁଦ୍ଧା ୪୦ ରୁଅଧିକ ଜାତୀୟ ଓ ଦୁଇଟି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମ୍ୟାଚ୍ ଅଫିସିଆଲ୍ ଭାବେ କାର୍ଯ୍ୟ କରି ଅନେକ ସଫଳତା ସାଉଁଟିଛନ୍ତି । ଲେଭେଲ-୨ ମ୍ୟାଚ୍ ଅଫିସିଆଲ୍ ଭାବେ ଓଡ଼ିଶାର ଏକମାତ୍ର ଓଡ଼ିଆ ଭାବେ ଜାତୀୟ ରଗବୀ ରେଫରୀ ପ୍ୟାନେଲରେ ସ୍ଥାନ ପାଇଛନ୍ତି । ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀ ନାମରେ ଏକ ଅନୁଷ୍ଠାନ ଖୋଲି ୩୦ ଅଧିକ ଜାତୀୟ ଓ ୪ ଜଣ ଅନ୍ତର୍ଜାତୀୟ ଖେଳାଳୀ ସୃଷ୍ଟି କରିବା ସହିତ ଆହୁରି ଅନେକ ପ୍ରତିଭା ସୃଷ୍ଟି କରିବାର ପ୍ରୟାସ ଜାରି ରଖିଛନ୍ତି । ପ୍ରକାଶ ଥାଉକି ଏହି ରଗବୀ ପ୍ରୀମିୟର ଲିଗ୍ ଚଳିତ ମାସ ୧୫ ରୁ ୨୯ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଉଥିବା ବେଳେ ୬ ଟି ଦଳ ବିଭିନ୍ନ ଫ୍ରାଞ୍ଚାଇଜରୁ ଅଂଶଗ୍ରହଣ କରିଛନ୍ତି । ତାଙ୍କର ଏହି ସଫଳତାର ଖବର ପାଇ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା କ୍ରୀଡ଼ା ଶିକ୍ଷା ଅଧିକାରୀ ଭାଗିରଥୀ ମଲ୍ଲିକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ, ଓଡ଼ିଶା ରଗବୀ ଫୁଟବଲ୍ ସଂଘର ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଡିଭାଇନ୍ ଅନୁଷ୍ଠାନର ନିର୍ଦ୍ଦେଶକ ବିପ୍ଲବ ଭଞ୍ଜନ ଭୁଗୁଡେଇ, ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀର ନିର୍ଦ୍ଦେଶକ ତଥା ସମାଜସେବୀ ଅମର କୁମାର ସେଠି, ଉପଦେଷ୍ଟା ସୋମନାଥ ସିଂହ, ମଙ୍ଗଲ ହାଁସଦା, ସମେତ ବହୁ କ୍ରୀଡ଼ାବିତ ଅଭିନନ୍ଦନ ଜଣାଇବା ସହ ସଫଳତା କାମନା କରିଛନ୍ତି ।

yuvodaya
Leave A Reply

Your email address will not be published.