csstore

ଲଳିତା ଖୁଆସଙ୍କ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ଠାରେ ଆଜି ଲଳିତା ଖୁଆସଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ତାଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ଦୀପ ପ୍ରଜ୍ଜଳନ ପରେ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ଶିବ ଶଙ୍କର ଖୁଆସ ସଭାପତିତ୍ୱ କରିଥିବା ବେଳେ ବ୍ରଜୋତ୍ତମ ଗୁରୁ ପରିଚାଳନା କରିଥିଲେ । ଶିଶୁ ମଙ୍ଗଳ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି, ଡା. ଗୋଦାବରୀଶ ରଥ, ପୂଜ୍ୟପୂଜା ସଂଗଠନର ମଦନ ମୋହନ ରଥ ଓ କସ୍ତୁରୀ ରଥ ଲଳିତା ଖୁଆସଙ୍କର ସ୍ମୃତିଚରଣ କରି କହିଥିଲେ ଯେ, ସ୍ୱର୍ଗତ ଲଳିତା ଖୁଆସ ପ୍ରକୃତରେ ଅତି ସରଳ, ସଦାହସହସ, ମିଷ୍ଠଭାଷି, ଧର୍ମପରାୟଣା ଥିଲେ ଏବଂ ତାଙ୍କ ଭଲଗୁଣ ସବୁଦିନ ଦିନ ପାଇଁ ପ୍ରେରଣାଦାୟୀ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶଶାଙ୍କ ଶେଖର ଗୁରୁ, ଅର୍ପଣ କୁମାର ମିଶ୍ର, ସ୍ମାରକ ଖୁଆସ, ଅରୁଣ ଖୁଆସ, କରୁଣାକର ଖୁଆସ, ବରିଷ୍ଠ ଓକିଲ ଶିଶିର ମିଶ୍ର, ଜୟରାମ ମିଶ୍ର, ମୋହନ ଗୋପାଳ ପଣ୍ଡା, ବିବେକାନନ୍ଦ ମିଶ୍ର, ଶିଶୁ ମଙ୍ଗଳ କମିଟି ସଦସ୍ୟ ଡା ସନ୍ଧ୍ୟାରାଣୀ ପଣ୍ଡା, ଏସ୍‌.ଲତାଶ୍ରୀ, ଲୀନା ବାବୁ, ପଂଚାନନ ମିଶ୍ର, ସୁବାଷ ହୋତା, ସାମ୍ବାଦିକ ବିରେନ୍ଦ୍ର ଝାଙ୍କର, ବଳରାମ ମିଶ୍ର, ସନ୍ଦିପ କୁଅର ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ନିରୁପମା ପାଣିଗ୍ରାହୀ ଧନ୍ୟବାଦ ଦେଇଥିବା ବେଳେ ଅରୁଦ୍ଧତୀ ଖୁଆସ, ଅନୁସୟା ଖୁଆସ ଓ ସୁନିତା ଯୋଷୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.