csstore

ଜୟ କିଷାନ କ୍ଲିନିକ ଖୋଲି ପୁଣି ଚର୍ଚ୍ଚାରେ ଡା. ଶଙ୍କର ରାମଚନ୍ଦାନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଜର ନିସ୍ଵାର୍ଥ ରୋଗୀ ସେବା ଓ ଗରିବଙ୍କ ପାଇଁ ଟଙ୍କିକିଆ କ୍ଲିନିକ ଖୋଲି ସାରା ଦେଶରେ ଚର୍ଚ୍ଚାକୁ ଆସିଥିବା ବୁର୍ଲା ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡା. ଶଙ୍କର ରାମଚନ୍ଦାନୀ ବର୍ତ୍ତମାନ ଜୟକିଶାନ କ୍ଲିନିକ ଆରମ୍ଭ କରି ପୁଣି ଚର୍ଚ୍ଚାରେ । ନିକଟରେ ପରାକ୍ୟୁଇଟ କୀଟନାଶକ ଆନ୍ଦୋଳନ ପରେ ଚାଷୀଙ୍କର ଅନୁରୋଧ କ୍ରମେ ଚାଷୀଙ୍କ ପାଖକୁ ଯାଇ ପଦ୍ମପୁରର ବାରିକେଲ ଅଞ୍ଚଳର ଏକ ବିଲରେ ଜୟକିଶାନ କ୍ଲିନିକର ଶୁଭରମ୍ଭ କରିଛନ୍ତି ଡା. ରାମଚନ୍ଦାନୀ । ଏହି କ୍ଲିନିକ ପ୍ରତି ମାସ ଆବଶ୍ୟକତା ଅନୁଯାୟୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୋବାଇଲ ୟୁନିଟ୍‌ ଭଳି କାମ କରିବା ସହ ଚାଷୀଙ୍କ ପାଖକୁ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାର ଏକ ନୂତନ ମାଧ୍ୟମ ହେବ ବୋଲି ଡାକ୍ତର କହିଥିବା ବେଳେ ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଛନ୍ତି ଚାଷୀ ସମାଜ ।

jayashree
Leave A Reply

Your email address will not be published.