ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଲା ଲାଲବାହିନୀ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ମାଓବାଦୀ ନିଜର ଉପସ୍ଥିତି ଜାହରି କରିଛନ୍ତି । ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ଘାଟିକୁଣ୍ଡରୁରେ ମାଓବାଦୀ ପୋଷ୍ଟର ଲାଗିଥିବା ଦେଖାଯାଇଛି । ପୋଷ୍ଟରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିକୁ ଫାସିବାଦ ବୋଲି କୁହାଯିବା ସହ ସେସବୁକୁ ବିରୋଧ କରିଛନ୍ତିି ଲାଲବାହିନୀ ।

ଚାଷୀଙ୍କୁ ମୁକ୍ତ ଆର୍ଥିକ ସହାୟତା ସହ ଆତ୍ମନିର୍ଭରଶୀଳ ନାଁରେ ଘରୋଇ କରଣକୁ ଏହି ପୋଷ୍ଟର ମାଧ୍ୟମରେ ବିରୋଧ କରାଯାଇଛି । ରାଜ୍ୟ ବାହାରକୁ ଶ୍ରମିକମାନେ ଯାଇ କାମଧନ୍ଦା କରୁଛନ୍ତି । ତେଣୁ ସେମାନଙ୍କୁ ନିଜ ରାଜ୍ୟ ଭିତରେ ସରକାର କାମ ଯୋଗାଇଦେବା ପାଇଁ ମାଓ ସଂଗଠନ ଦାବୀ କରିଛି ।

କରୋନା ନିୟନ୍ତ୍ରଣ ନାଁରେ ଔଷଧ ଓ ମେଡିକାଲ ସାମଗ୍ରୀ କିଣିବାରେ ଦୁର୍ନୀତି ଅଭିଯୋଗ ଆଣିଛି ମାଓ ସଂଗଠନ । ତେଣୁ ଏହାର ଉଚିତ ତଦନ୍ତ ଏବଂ କାର୍ୟ୍ୟନୁଷ୍ଠାନ ପାଇଁ ସେମାନେ ପୋଷ୍ଟର ମାଧ୍ୟମରେ ଦାବୀ କରିଛ‌ନ୍ତି । ପୋଷ୍ଟରରେ ସିପିଆଇ ମାଓବାଦୀ ଓଡିଶା କମିଟି ବୋଲି ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.