pakka

ତିନୋଟି ଗାଡ଼ିରେ ନିଆଁ ଲଗାଇଲେ ଲାଲ୍‌ ବାହିନୀ

bbehera

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓବାଦୀଙ୍କ ଲଙ୍କା କାଣ୍ଡ । ଜାତୀୟ ରାଜପଥ ଉପରେ ତିନୋଟି ଗାଡିକୁ ନିଆଁ ଲଗାଇ ପୋଡି ଦେଲେ ଲାଲ୍ ବାହିନୀ । ଯାହା ମଧ୍ୟରେ ରହିଛି ଗୋଟିଏ ଯାତ୍ରୀବାହି ବସ ଓ ଦୁଇଟି ଟ୍ରକ । ଖବର ଅନୁଯାୟୀ, ତେଲେଙ୍ଗାନା ରାଜ୍ୟ ପରିବହନ ନିଗମର ଏହି ସରକାରୀ ବସ୍ଟି ସୁକୁମାରୁ ୪୦ ଜଣ ଯାତ୍ରୀ ନେଇ ହାଇଦ୍ରାବାଦ ଯାଇଥିଲା । ଏହି ସମୟରେ ଇନଜାରାମ ଥାନାଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ମାଓବାଦୀମାନେ ବସଟିକୁ ଅଟକାଇ ଯାତ୍ରୀମାନଙ୍କୁ ଚାଲିଯିବା ଲାଗି କହିଥିଲେ । ଏହାପରେ ବସଟିରେ ନିଆଁ ଲଗାଇଥିଲେ ମାଓବାଦୀ । ୨୨ ତାରିଖ ଦିନ ମାଓବାଦୀମାନେ ଛତିଶଗଡରେ ବନ୍ଦ ଡାକରା ଦେଇଛନ୍ତି । ହେଲେ ଏହା ପୂର୍ବରୁ ହିଁ ମାଓବାଦୀ ମାନେ ବିଭିନ୍ନ ସ୍ଥାନରେ ହିଂସା କାଣ୍ଡ ଘଟାଇଛନ୍ତି ।

jay balangir
Leave A Reply

Your email address will not be published.

19 + 13 =