pakka

କୁଟେନପାଲିରେ ନେହେରୁ ଯୁବକେନ୍ଦ୍ରର ଯୁବ ସମାବେଶ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ, ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଟେନପାଲି ଠାରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଭବାନୀ ଶଙ୍କର କଳା ପରିଷଦ ଦ୍ୱାରା ସଂପାଦକ ନବୀନ କିଶୋର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଉତ୍ସବର ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ସଦସ୍ୟା ରାଜ କିଶୋର ନାଏକ ଯୋଗ ଦେଇଥିଲେ । ବରେଣ୍ୟ ଅତିଥି ମର୍ଯ୍ୟାଦାରେ ବଲାଙ୍ଗିର ନେହେରୁ ଯୁବା କେନ୍ଦ୍ର ଅଧିକାରୀଙ୍କ ସହ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ବିପିନ ବିହାରୀ ଜେନା, ବ୍ରହ୍ମାନନ୍ଦ ବନଛୋର, ରବୀନ୍ଦ୍ର ସାହୁ, ଗୋକୁଳ କୁଅଁର, ଜଗଦିଶ ଉଦ୍‌ଗାତା, ନବୀନ କୁମାର କୁଅଁର, ବାବୁଲାଲ ମିଶ୍ର ମଂଚାସୀନ ଥିଲେ । ରାଜେନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ପରି·ଳନା କରିଥିଲେ ଦିଲିପ କୁମାର ଦୀପ । ସଭା ପରବର୍ତ୍ତୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରଙ୍କ ସହ ନିସାର ଅହମ୍ମଦ, କିର୍ତ୍ତି ସିଂ, କୁମୁଦିନୀ ପୃଷ୍ଟି, ନବୀନ କୁଅଁର, ମୁନ୍‌ମୁନ୍‌ ବନଛୋର ଲୋକ ସଂଗୀତ ପରିବେଷଣ କରିଥିଲେ । ଲୋକନୃତ୍ୟ ପର୍ଯ୍ୟାୟରେ, ଘୁମୁରା, କରମସାନି, ସଂପ୍ରଦା, ମହିଳା କୀର୍ତ୍ତନ, ଦଣ୍ଡନାଚ, ପୁତ୍‌ଲାନାଚ ଆଦି ପ୍ରଦର୍ଶିତ ହୋଇଥିଲା । ଲିଳା ନାଟକ କ୍ରମରେ, ଲକ୍ଷ୍ମୀ ପୁରାଣ ଓ ରାମ ଲୀଳା ଦର୍ଶକାମଣ୍ଡଳୀର ବିଶେଷ ମନଲାଥି ହୋଇଥିଲା । କର୍ମକୁଶଳତା ସ୍ୱୀକୃତିରେ ନବୀନ କିଶୋର ବେହେରା ଓ ଆକାଶବାଣୀ କଣ୍ଠ ଶିଳ୍ପୀ ନବୀନ କୁମାର କୁଅଁର ସଂବର୍ଦ୍ଧିତ ହୋଇଥିଲେ । ଭବାନୀ ଶଙ୍କର କଳା ପରିଷଦର କଳାକାରମାନଙ୍କୁ ମଧ୍ୟ ଏ ଅବସରରେ ପ୍ରମାଣପତ୍ର ପ୍ରଦତ୍ତ ହୋଇଥିଲା ।

jay balangir
Leave A Reply

Your email address will not be published.

9 − two =