pakka

ଏଆଇସିସିର ପ୍ରତିଷ୍ଠା ଦିବସ ପାଳିତ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅଖିଳ ଭାରତୀୟ କଂଗ୍ରେସ କମିଟିର ୧୩୭ତମ ପ୍ରତିଷ୍ଠା ଦିବସ ଆଜି ବରଗଡ଼ ଜିଲ୍ଲା ପକ୍ଷରୁ ପାଳିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଦଳୀୟ ପତାକା ଉତ୍ତୋଳନ କରିବା ସହ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୮ ଡିସେମ୍ବର ୧୮୮୫ ମସିହାରେ ବମ୍ବେଠାରେ ଅଖିଳ ଭାରତୀୟ କଂଗ୍ରେସ କମିଟି ପ୍ରତିଷ୍ଠା ହୋଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନିହାର ରଞ୍ଜନ ମହାନନ୍ଦ, ନିପନ ଦାଶ, ପ୍ରଦୀପ ଦେବତା, ପ୍ରତାପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

19 + two =