ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନ କରୋନା ତଥା ଟୀକାକରଣ କାରଣରୁ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି । ଯଦ୍ୱାରା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁ୍‌ଖୀନ ହେଉଛନ୍ତି । ପାଇକସମରା ଗ୍ରାମର ଯଶୋବନ୍ତି ଭୋଇ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ ଡେଲିଭରି ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତ କମ୍‌ ଥିଲା । ଶ୍ରୀମତୀ ଭୋଇଙ୍କ ସମ୍ପର୍କୀୟ ଜିଲ୍ଲା ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ତୁଷୁରା ଗ୍ରାମର ଯୁବ ସଦସ୍ୟ ପ୍ରଭାତ ଗଡତ୍ୟା ରକ୍ତଦାନ କରି ଯଶୋବନ୍ତି ଭୋଇର ଜୀବନ ବଞ୍ଚାଇଥିଲେ । ଏଥିରେ ଶ୍ରୀମତୀ ଭୋଇ ଓ ତାଙ୍କ ସମ୍ପର୍କୀୟ ଜିଲ୍ଲା ଯୁବ କୁଲୁତା ସମାଜକୁ ଭୁୟସୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.

20 + 15 =