pakka

ଟିଟିଲାଗଡରେ ହେଲା ପ୍ରବଳ ବର୍ଷା ସହ କୁଆପଥର ମାଡ

bbehera

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡରେ ହେଲା ପ୍ରବଳ ବର୍ଷା ସହ କୁଆପଥର ମାଡ । ସିରଭଟାପଡ଼ାର ରେଲୱେ କର୍ମଚାରୀଙ୍କ କାର ଉପରେ ଗଛ ପଡ଼ି ଭାଙ୍ଗିଲା କାଚ । କିଛି ଦିନ ହେବ ପାଣିପାଗ ବିଭାଗ ପକ୍ଷରୁ ପଶ୍ଚିମା ଝଡର ସୂଚନା ଦିଆଯାଇଥିବେ ବେଳେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଥିଲା । ଆଜି ଦିନ ଦୁଇଟା ପନ୍ଦର ମିନିଟ ସମୟ ବେଳକୁ ହଠାତ ପାଣିପାଗରେ ପରିବର୍ତ୍ତନ ହୋଇ ଟିଟିଲାଗଡରେ ବର୍ଷା ଆରମ୍ଭ ହୋଇଥିଲା । ତା’ପରେ ବିଜୁଳି ମାରିବା ସହ କୁଆପଥର ବର୍ଷା ହୋଇଛି । ଏହି ବର୍ଷା ତଥା କୁଆପଥରରେ ସିରଭଟାପଡ଼ାର ରେଳବାଇ କର୍ମଚାରୀ ଅକ୍ଷୟ ସୁନାଙ୍କ ଘର ବାହାରେ ଛିଡ଼ା ହୋଇଥିବା ତାଙ୍କ କାର ଉପରେ ଗଛ ପଡ଼ି କାରର ପଛ ପଟ କାଚ ଭାଙ୍ଗିବା ସହ ବେକ୍ ଲାଇଟ୍ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଦିନ ତିନିଟା ବେଳକୁ ପୁଣି ପାଗ ସାମାନ୍ୟ ହୋଇଛି ।

Leave A Reply

Your email address will not be published.

16 − 13 =