csstore

ରେନବୋ କ୍ୟାମ୍ପରେ ବଲାଙ୍ଗିରର କୃତିତ୍ୱ : ୨ ସ୍ୱର୍ଣ୍ଣ ଓ ୨ ରୋପ୍ୟ ହାସଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ଭାରତ ସ୍କାଉଟ ଗାଇଡ୍ ଭବନରେ ରାଜ୍ୟସ୍ତରୀୟ ରେନବୋ କ୍ୟାମ୍ପ ଇନ୍ଦ୍ରଧନୁ ଶିବିରରେ ଗାଇଡ୍ କ୍ୟାପନେଟ୍ କସ୍ତୁରୀ ରଥ ଏବଂ ସ୍କାଉଟ ମାଷ୍ଟର ବିନୋଦ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ବଲାଙ୍ଗିର ଜିଲ୍ଲାର ୧୭ ସ୍କାଉଟ ଓ ଗାଇଡ୍ୟୋଗ ଦେଇଥିଲେ । ସେଠାରେ ଯୋଗଦେଇ ଥିବା ପ୍ରାୟ ଆଠ ଶହ ସ୍କାଉଟ ଗାଇଡ୍‌ଙ୍କ ପାଇଁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ବଲାଙ୍ଗିରର ସ୍କାଉଟ୍ ଗାଇଡ୍ ସକ୍ରିୟ ଭାବରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ପେପର କ୍ରାଫ୍ଟରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପୂଜା ସେଠ ଓ ରତ୍ନି ରଣା ସ୍ୱର୍ଣ୍ଣ, ରଙ୍ଗୋଲିରେ ପୂଜା ସେଠ୍ ରୌପ୍ୟ, ର‍୍ୟାମ୍ପ ସୋ’ରେ ରଶ୍ମିତା ମେହେର ରୌପ୍ୟ, ଯୋଗାସନରେ କୁରଲୁବାହାଲ୍ ଉଚ୍ଚ ବିଦ୍ୟାଳୟର ସ୍କାଉଟ ତଥା ଗାଇଡ୍‌ମାନେ ଟ୍ରଫି ପାଇଥିବା ବେଳେ ଗାୟତ୍ରୀ ମହାପାତ୍ର, ଶୁଭଶ୍ରୀ ସାହୁ, ଅସ୍ମିତା ମହାନନ୍ଦ, ଅର୍ପିତା ହୋତା ତଥା ଅନ୍ୟ ୮ ଜଣ ସ୍କାଉଟ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରତିଯୋଗୀମାନେ ବଲାଙ୍ଗିର ପହଞ୍ଚିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

jayashree
Leave A Reply

Your email address will not be published.