csstore

କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ରାୟ : ନାବାଳକ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା କମେଇମୁଣ୍ଡା ପଂଚାୟତ ପଣ୍ଡରେନ ଗ୍ରାମର ଜଣେ ନାବାଳକକୁ ସେହି ଗାଁର ଜିତେନ ପୋଢ ଗତ ୨୦୨୧ ମସିହାରେ ଜାମକି ରାସ୍ତାର ପୋଖରୀ ନିକଟରେ ଗୋଡେଇ ଗୋଡେଇ ହତ୍ୟା କରିଥିଲେ । ଏହି ହତ୍ୟା ପରେ ଅଭିଯୁକ୍ତ କଂଟାବାଂଜି ଉପକାରାଗାରରେ ବିଚାରାଧୀନ କଏଦୀ ଭାବେ ସଜା କାଟୁଥିବା ବେଳେ ଆଜି ବୁଧବାର ଦିନ କଂଟାବାଂଜି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ହିମାଂଶୁ ଶେଖର ମଲ୍ଲିକ ଅଭିଯୁକ୍ତ ଜିତେନକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଫାଇନ୍‌ ଶୁଣାଇଛନ୍ତି । ଫାଇନ୍‌ ୨୦ହଜାର ଟଙ୍କା ଅନାଦେୟ ହେଲେ ଅଧିକ ୨ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡିବ ବୋଲି ସୂଚନାରୁ ଜଣାପଡିଛି ।

jayashree
Leave A Reply

Your email address will not be published.