csstore

ଗଞ୍ଜାମ ବ୍ଲକରେ କୃଷି ରଥର ଶୁଭାରମ୍ଭ କଲେ ବିଧାୟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସୋମବାର ଗଞ୍ଜାମ ବ୍ଲକରେ କୃଷି ରଥର ଶୁଭାରମ୍ଭ କରିଛନ୍ତି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା । ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା କୃଷି ଅଧିକାରୀ ବିଦୁର ସେଠ ମାଝୀ, ବ୍ଲକ କୃଷି ଅଧିକାରୀ ସୌମ୍ୟ ରଞ୍ଜନ ସାହୁ, ଅଜିତ କୁମାର ବରାଳ, ଗଞ୍ଜାମ ଏନଏସି ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାଶ, ଉପାଧ୍ୟକ୍ଷା ପ୍ରତିନିଧି ରଙ୍କନିଧି ପ୍ରଧାନ, ପୂର୍ବତନ ଏନ୍‌ଏସି ଉପାଧ୍ୟାକ୍ଷ ନୀଳାଞ୍ଚଳ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କୃଷି ରଥ ବ୍ଲକର ବିଭିନ୍ନ ପଂଚାୟତ ବୁଲି କୃଷି ସମ୍ବନ୍ଧରେ ଚାଷୀଙ୍କୁ ଅବଗତ କରାଇବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.