csstore

ଦକ୍ଷିଣାଞ୍ଚଳ ଡ଼ିଆଇଜିଙ୍କୁ ଖଲ୍ଲିକୋଟ ଅବଦୁଲ କଲାମ ଜନ କଲ୍ୟାଣ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପ୍ରାୟ ଦୁଇ ବର୍ଷଧରି କରୋନା କଟକଣା ମଧ୍ୟରେ ଉପଯୁକ୍ତ ଦାୟିତ୍ୱ ନିର୍ବାହ, ଜନ ମଙ୍ଗଳ କାର୍ଯ୍ୟ, ଉତ୍ସର୍ଗୀକୃତ ସେବା, ସମୟାନୁବର୍ତ୍ତିତା, ଉତ୍ତମ ଲୋକ ସମ୍ପର୍କ, ଅଭିଜ୍ଞତା ବିଶେଷ ମୁହୂର୍ତ୍ତ ଓ କର୍ମଚାରୀଙ୍କୁ ସମତୁଲ ରକ୍ଷାକରି ଦାୟିତ୍ୱ ନିର୍ବାହ କରୁଥିବା ଦକ୍ଷିଣାଞ୍ଚଳ ଡ଼ିଆଇଜି ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଭୋଇଙ୍କୁ ଖଲ୍ଲିକୋଟ ଅବଦୁଲ କଲାମ ଜନ କଲ୍ୟାଣ ପରିଷଦ ପକ୍ଷରୁ ମହା କରୋନା ଯୋଦ୍ଧା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ନିକଟରେ ଡ଼ଃ ଏପିଜେ ଅବଦୁଲ କଲାମର ବାର୍ଷିକ ଉତ୍ସବ ସମୟରେ ଉନ୍ମୋଚିତ ପୁସ୍ତକ “ସ୍ମୃତି ସୁଧା”, ମୋମେଣ୍ଟୋ ଓ ଫୁଲ ତୋଡ଼ା ପ୍ରଦାନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ପ୍ରାକ୍ତନ ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ଡ଼. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଅଧ୍ୟାପିକା ଜ୍ୟୋସ୍ନା ରାଣୀ ପ୍ରଧାନ, ଶିକ୍ଷୟତ୍ରୀ ଦୀପିକା ଦାଶ, ଗଣ ମାଧ୍ୟମ ପ୍ରତିନିଧି ନୀଳାଞ୍ଚଳ ସେନାପତି ପ୍ରମୁଖ ପ୍ରଦାନ ସମୟରେ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.