csstore

ଛତ୍ରପୁରଠାରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଦକ୍ଷତାଭିତ୍ତିକ କର୍ମଶାଳା ଓ ବିକାଶମୂଳକ ତାଲିମ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ମହାନାଦପୁର ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ତପ ପରିସରରେ ଉଦ୍ୟାନ ବିଭାଗ ତରଫରୁ ଏହି ଅଞ୍ଚଳର କୃଷକମାନଙ୍କୁ ନେଇ ଏକ ଉଦ୍ୟାନ କୃଷି କର୍ମଶାଳା ଓ କୃଷକଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ୍ ଉଦ୍ୟାନ କୃଷି ବିଭାଗର ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଗୋଷ୍ଠୀ କୃଷି ଅଧିକାରୀ ଚୌଧୁରୀ ସୁନ୍ମର୍ଗ କର, ପୋଲସରା ସହକାରୀ ଉଦ୍ୟାନ କୃଷି ଅଧିକାରୀ ଦିପ୍ତିମୟୀ ବସନ୍ତିୟା, ହିଞ୍ଜିଳିକାଟୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅଶୋକ କୁମାର ପାଇକରାୟ, ଗଞ୍ଜାମ ବ୍ଲକ୍‌ର ସହକାରୀ ଉଦ୍ୟାନ କୃଷି ଅଧିକାରୀ ସ୍ନିଗ୍ଧା ମିଶ୍ର, ଗଞ୍ଜାମ ଜିଲ୍ଲାର ସହକାରୀ କୃଷି ଯନ୍ତ୍ରୀ ସୁଶ୍ରୀ ସୁଲଗ୍ନା, ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ରନାଥ ରାଉଳ ପ୍ରମୁଖ ଯୋଗ ଦେଇଥିଲେ । ଛତ୍ରପୁର ବ୍ଲକ୍‌ର ସହକାରୀ ଉଦ୍ୟାନ କୃଷି ଅଧିକାରୀ ସନ୍ଦୀପ କୁମାର ବଢ଼େଇ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ, କୃଷକମାନେ ଆଧୁନିକ ଜ୍ଞାନ କୌଶଳ ସହ ସଂଶ୍ଳିଷ୍ଟ ହେବାକୁ ପରାମର୍ଶ ଦେଇଥିଲେ । ସଭାରେ ଛତ୍ରପୁର ବ୍ଲକ୍ ଉଦ୍ୟାନ ବିଭାଗର କର୍ମଚାରୀ ଆଦ୍ୟତି କୁମାର ବେହେରା, ପ୍ରଦୀପ କୁମାର ଗୁମାନସିଂ, ଧର୍ମା ରାଓ ଉପସ୍ଥିତ ଥିଲେ । ମହିଳା କୃଷକମାନଙ୍କର ଜୀବନ ଜୀବିକାରେ ଉନ୍ନତି ସହ ଉଦ୍ୟାନ କୃଷି ସମ୍ବନ୍ଧୀୟ ବିଭିନ୍ନ ଯୋଜନା ଉପରେ ଅଧିକାରୀମାନେ ତାଲିମ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.