pakka

ସାରର ଅଭାବ ଓ କଳାବଜାରୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱପ୍ନେଶ୍ୱର କୃଷକ ସଂଘର ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କ୍ଷେତରେ ପଡୁଥିବା ସାରର କୃତିମ ଅଭାବ ଓ କଳାବଜାରୀ ରୋକିବା ନିମନ୍ତେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସ୍ଥିତ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର କୃଷକ ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌ଙ୍କୁ ଭେଟି ଉକ୍ତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ଚାଷୀମାନଙ୍କ ପାଇଁ ଧାନ ଫସଲରେ ପକାଇବା ପାଇଁ ରାସାୟନିକ ସାରର ଘୋର ଅଭାବ ଦେଖାଦେଇଛି । ସ୍ଥାନୀୟ ଡିଲରମାନେ ନିଜ ଅଂଚଳର ଚାଷୀମାନଙ୍କୁ ସାର ନଦେଇ ବାହାର ଗ୍ରାମର ଚାଷୀମାନଙ୍କୁ ଚଢା ଦରରେ ବିକ୍ରି କରି ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଂଚଳରେ ଏକ ସମବାୟ ସମିତି ରହିଅଛି, କିନ୍ତୁ ସେହି ସମବାୟ ସମିତି ଜରିଆରେ ପୁରୁଷୋତ୍ତମପୁର ଅଂଚଳର ଚାଷୀମାନଙ୍କୁ ସାର ଯୋଗାଇ ଦିଆଯାଉନଥିବା ମଧ୍ୟ ସେମାନେ ଏହି ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି । ଯାହାଦ୍ୱାରା ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଏହାର ତଦନ୍ତ କରି ଚାଷୀମାନଙ୍କ ସକାଶେ ତୁରନ୍ତ ରାସାୟନିକ ସାର ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ସେମାନେ ଏହି ଦାବୀପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର କୃଷକ ସଂଘର ସଭାପତି ଜେ. ମୁକୁନ୍ଦ ରାଓ, ରମେଶ ଚନ୍ଦ୍ର ଗୌଡ, କେ. ଜଗନ୍ନାଥ ଦୋରା, କିଶୋର କୁମାର ସାସମଲ, ସୋନିଆ ଗୌଡ, ନଚିକେତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 × one =