କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କୋଶଲ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ

ଗାଇସିଲେଟ୍‌, (କେପିଏନ୍‌ଏସ୍‌) : କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କୋଶଲ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ଦୁଇଦିନ ଧରି ପାଲିତ ହୋଇଯାଇଛି । ଚଳିତ ବର୍ଷର ମହାମାରୀ କରୋନା କଟକଣାକୁ ଆଖି ଆଗରେ ରଖି ଅନଲାଇନ ମାଧ୍ୟମରେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । କୋଶଲ ଭାରତୀ ଫେସବୁକ ପେଜ୍ ମାଧ୍ୟମରେ ୨୦ଜଣ ବିଶିଷ୍ଟ କବି, ଆଲୋଚକ ଓ ଭାଷାତତ୍ତ୍ବବିଦ୍ ଅଂଶଗ୍ରହଣ କରି ଆଲୋଚନା ଓ କବିତା ପାଠ କରିଥିଲେ ଏବଂ ହଜାର ହଜାର ଦର୍ଶକ ଫେସବୁକରେ ଦେଖିଥିଲେ ।

ପ୍ରଥମ ଦିନ ଅପରାହ୍ନ ୩ଟାରୁ ରାତି ୭ଟା ପର୍ୟ୍ୟନ୍ତ ଚାଲିଥିବା କବିତା ଆସରରେ କବି ନବୀନ ସାହୁ, ଲୋକେଶ୍ବର ପାଣ୍ଡେ, ପ୍ରଶାନ୍ତ ପଧାନ, ଶିଶିର ପାଣିଗ୍ରାହୀ, ସଦାନନ୍ଦ ସରାପ, ଶେଷଦେବ ମେହେର, ରାଧାକାନ୍ତ ସାହୁ ଓ ଶୁକଦେବ ସାହୁ କବିତା ପାଠ କରିଥିଲେ ।

ଦ୍ବିତୀୟ ଦିନ ପ୍ରଥମ ପର୍ୟ୍ୟାୟ ମଧ୍ୟାହ୍ନ ୨ଟାରୁ ୫ଟା ପର୍ୟ୍ୟନ୍ତ ଚାଲିଥିବା କବିତା ଆସରରେ କବି ରିଙ୍କୁ ମେହେର, ଭରତ ଧରୁଆ, ଗୌରୀଶଙ୍କର ପାଁଚଭାୟା, ପୁସ୍ତମ ଯୁଆଡି, ବିକାଶ ମେହେର, ଧର୍ମେନ୍ଦ୍ର ପଧାନ, ନାରୀ କବି ବିଶ୍ବ ବନ୍ଦିତା ପୁରୋହିତ ଓ ଚନ୍ଦ୍ରାବତୀ ପାଣ୍ଡେ ସ୍ବରଚିତ କବିତା ପାଠ କରିଥିଲେ ।

ଦ୍ବିତୀୟ ପର୍ୟ୍ୟାୟ ଆଲୋଚନାଚକ୍ରରେ ବିଶିଷ୍ଟ କବି ଓ ଆଲୋଚକ ଆନନ୍ଦ ଚନ୍ଦ୍ର ସାହୁ କୋଶଲି ଭାଷାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ତୃତୀୟ ପର୍ୟ୍ୟାୟ ଆଲୋଚନା ଚକ୍ରରେ ଯୁବକବି ତଥା ଭାଷାସଂସ୍କୃତି ଗବେଷକ ମାନସ କୁମାର ଷଡ଼ଙ୍ଗୀ କୋଶଲି ଆଧୁନିକ କବିତା ଥି ନାରୀବାଦୀ ସ୍ବର ଉପରେ ଆଲୋକପାତ କରିଥିଲେ । ଚତୁର୍ଥ ପର୍ୟ୍ୟାୟରେ ବର୍ଷିୟାନ କଥାକାର ତଥା ଲୋକସଂସ୍କୃତି ଗବେଷକ ଡଃ ସଂଜୟ କୁମାର ମିଶ୍ର କୋଶଲି ଲୋକଜୀବନ, ଲୋକସଂସ୍କୃତି ଆର୍ ଲୋକସାହିତ୍ୟ ଉପରେ ଆଲୋଚନା ସହ ଦର୍ଶକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ।

କାର୍ୟ୍ୟକ୍ରମ ପରିଚାଳନା କରିଥିଲେ କୋଶଲ ଭାରତୀ ସଂପାଦକ ଦିଲ୍ଲିପ କୁମାର ସରାପ ଏବଂ ସହଯୋଗ କରିଥିଲେ କବି ବଲ୍ଲବ ସାହୁ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କୋଶଲ ଭାରତୀ ଏଡମିନ୍ ସଂପଦ କୁମାର ମେହେର ।

Leave A Reply

Your email address will not be published.