nursing

ବଲାଙ୍ଗିର ଜିଲ୍ଲାରେ ଆଜି ୯୯ ଆକ୍ରାନ୍ତ : ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୩୮

p purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୪୮୮ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ରରୁ ୩୬୯୦ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଏକ୍‌ଟିଭ୍‌ ରହିଛନ୍ତି ୭୭୪ ଜଣ । ୨୪ ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ରିପୋର୍ଟରେ ଦର୍ଶାଯାଇଛି । ତେବେ ବଲାଙ୍ଗିର ଜିଲ୍ଲାରେ ଆଜି ୯୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ନେଇ ସରକାରୀ ରିପୋର୍ଟ ଆସିଛି । ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୩୮ ଜଣ ସଂକ୍ରମିତ ହୋଇଥିବା ବେଳେ ୱାର୍ଡ ନଂ.୧ରୁ ୬, ୨ରୁ ୪, ୪ରୁ ୨, ୫ରୁ ୩, ୭ରୁ ୧, ୧୦ରୁ ୨, ୧୨ରୁ ୧, ୧୩ରୁ ୨, ୧୪ରୁ ୧, ୧୫ରୁ ୪, ୧୮ରୁ ୧, ୨୦ରୁ ୭ ଏବଂ ୨୧ରୁ ୪ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସେହିଭଳି ଆଗଲପୁର ବ୍ଲକ୍‌ କୁଟାସିଙ୍ଗା ଗ୍ରା.ପ.ରୁ ୧, ଆଗଲପୁର ଗ୍ରା.ପ.ରୁ ୧ ଏବଂ ଲୁଥୁରବନ୍ଧ ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ଖଲିଆପାଲି ଗ୍ରା.ପ.ରୁ ୧ ଏବଂ ଚୁଡ଼ାପାଲି ଗ୍ରା.ପ.ରୁ ୧, ବଂଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୩, ସିନ୍ଧେକେଲା ଗ୍ରା.ପ.ରୁ ୨ ଏବଂ ଅର୍ସାତୁଲା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୫, ଦେଓଗାଁ ବ୍ଲକ୍‌ ବୁଢ଼ାବାହାଲ ଗ୍ରା.ପ.ରୁ ୪, ଗୁଡ଼ଭେଲା ବ୍ଲକ୍‌ ତୁଷୁରା ଗ୍ରା.ପ.ରୁ ୨, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧ରୁ ୧, ୨ରୁ ୩, ୧୧ରୁ ୨, ଖପ୍ରାଖୋଲ ବ୍ଲକ୍‌ ଡୁମେରପାଲି ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ କୁଟେନପାଲି ଗ୍ରା.ପ.ରୁ ୨, ମୁରିବାହାଲ ପତ୍ରାପାଲି ଗ୍ରା.ପ.ରୁ ୧, ମାଲିଶିରା ଗ୍ରା.ପ.ରୁ ୧, ମୁରିବାହାଲ ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ଘଁସିଏନ୍‌ ଗ୍ରା.ପ.ରୁ ୧, ବରପଦର ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୩ରୁ ୨, ୧୪ରୁ ୧, ପୁଇଁନ୍ତଲା ବ୍ଲକ୍‌ ଜାମ୍‌ସର ଗ୍ରା.ପ.ରୁ ୪, ବଇଁରାସର ଗ୍ରା.ପ.ରୁ ୧, ପୁଇଁନ୍ତଲା ଗ୍ରା.ପ.ରୁ ୧ ଏବଂ ଆଠଗାଁ ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ଜଗୁଆ ଗ୍ରା.ପ.ରୁ ୧ ଏବଂ ଖୋଲାନ ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ୩, ୩ରୁ ୨, ୪ରୁ ୧, ୬ରୁ ୧, ୮ରୁ ୧, ୯ରୁ ୧, ୧୦ରୁ ୧ ଏବଂ ୧୪ରୁ ୧ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି ।

upahar
Leave A Reply

Your email address will not be published.

three + 11 =