ବ୍ରଜରାଜନଗର ଅଞ୍ଚଳର ବିକାଶ ଓ ଏମସିଏଲ ଅଧିକାରୀଙ୍କ ସମସ୍ୟା ଉପରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ୍ ରେଡ୍ଡୀଙ୍କ ସହ ଆଲୋଚନା କଲେ

csstore

ବରଗଡ, (ନିରୋଜ କୁମାର ପାଣୀ) : ଆଜି ନୂଆଦିଲ୍ଲୀ ସ୍ଥିତ ଶାସ୍ତ୍ରୀ ଭବନ ଠାରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ଜି କିଶାନ ରେଡ୍ଡୀଙ୍କୁ ସାକ୍ଷାତ କରି କୋଇଲା ଖଣି ଅଞ୍ଚଳ ବ୍ରଜରାଜନଗର ଅଞ୍ଚଳକୁ ଏମସିଏଲ ଜରିଆରେ କିଭଲି ବିଭିନ୍ନ ପ୍ରକାର ବିକାଶ ମୂଳକ କାର୍ଯ୍ୟ କରାଯାଇ ପାରିବ ତାର ଉପରେ ବିଶଦ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଥିବା ସାଂସଦ ପୁରୋହିତ ସୂଚନା ଦେଇଛନ୍ତି । ଏତଦ ବ୍ୟତୀତ ଦେଶର ବିଭିନ୍ନ କୋଇଲା ଖଣିରେ ନିୟୋଜିତ ଅଧିକାରୀ ମାନଙ୍କ କିଛି ସମସ୍ୟା କୋଳ୍ ଫିଲଡ ଏଲାଉନସ୍ ପେ ଅପଗ୍ରେଡସନ ଉପରେ ମଧ୍ୟ ଆଲୋଚନା କରିଥିଲେ । ପୁରୋହିତଙ୍କ ସହ ଏମସିଏଲ ଅଧିକାରୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ସର୍ବଶ୍ରୀ ଡାକ୍ଟର ସାହୁ, ପି ପି ଗୁପ୍ତା, ମନୋଜ କୁମାର, ଧିରଜ ଠାକୁର ସାମିଲ ଥିଲେ ।

Leave A Reply

Your email address will not be published.