pakka

ବେଆଇନ କୋଇଲା ଚାଲାଣ, ୨୫ ହଜାର ଅସୁଲି

bbehera

ବୌଦ୍ଧ, (ବଂଶୀଧର ମାଝୀ) : ବେଆଇନ କୋଇଲା ଚାଲାଣ ଅଭିଯୋଗରେ ୨ଟି ଗାଡ଼ିକୁ ଅଟକ ରଖିଛି ବ୍ଲକ ପ୍ରଶାସନ । ଅପରାହ୍ନରେ ଏକ ହାଇୱା ଓ ଟ୍ରାକ୍ଟର ଯୋଗେ କୋଇଲା ଚାଲାଣ ହେଉଥିବା ଖବର ପାଇ କଣ୍ଟାମାଳ ତହସିଲଦାର ରୀନା ପ୍ରଧାନ ଓ ମନମୁଣ୍ଡା ରାଜସ୍ବ ନୀରିକ୍ଷକ ସୁରେନ୍ଦ୍ର ସାହୁ ଓଡ଼ିଆଗୋଠ ଠାରେ ପହଞ୍ଚି ଗାଡ଼ିକୁ ଅଟକାଇ ଥିଲେ । ଆବଶ୍ୟକୀୟ କାଗଜପତ୍ର ତଦାରଖ କରିବା ବେଳେ ତାହା ବେଆଇନ ଭାବରେ ପରିବହନ ହେଉଥିବା ଜଣାପଡ଼ିଥିଲା । ଫଳରେ ଟ୍ରାକ୍ଟର ଠାରୁ ୧୦ ହଜାର ଓ ହଇୱା ଠାରୁ ୧୫ ହଜାର ସମୁଦାୟ ୨୫ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

two + 7 =