pakka

ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡ଼ି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ

bbehera

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜିଲ୍ଲା ପର୍ୟ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ମୋହର ବାଜିବା ପରେ ରବିବାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ୧୩ଟି ଓ୍ବାର୍ଡ ଓ ଅଧ୍ୟକ୍ଷ ପଦ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ବ୍ଲକ୍ ସଭାପତି ଟୁନା ଦାସ, ପୁର୍ବତନ ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ସମେତ ବହୁ ସଂଖ୍ୟକ ବିଜେଡ଼ି ନେତା ଓ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଏନ୍ଏସି କାର୍ୟ୍ୟାଳୟରେ ପହଂଚିଥିଲେ । ସେଠାରେ ବିଧିବଦ୍ଧ ଭାବେ ନିର୍ବାଚନ ଅଧିକାରୀ ତଥା ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ରଙ୍କ ନିକଟରେ ସମସ୍ତ ପ୍ରାର୍ଥୀ ନିଜନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ୧ ନଂ ଓ୍ବାର୍ଡ ପାଇଁ ଗୋରେଖ ମଲ୍ଲିକ, ୨ ନଂ ଓ୍ବାର୍ଡ ପାଇଁ ମିନତି ନାୟକ, ୩ ନଂ ଓ୍ବାର୍ଡ ପାଇଁ ଶଶି କୁମାର ଦିଗାଲ, ୪ ନଂ ଓ୍ବାର୍ଡ ପାଇଁ ରାଜେଶ୍ବର ମଲ୍ଲିକ, ୫ ନଂ ଓ୍ବାର୍ଡ ପାଇଁ ଶାନ୍ତି ନାୟକ, ୬ ନଂ ଓ୍ବାର୍ଡ ପାଇଁ ବିଭୂତି ଭୂଷଣ ଲହରିଆ, ୭ ନଂ ଓ୍ବାର୍ଡ ପାଇଁ ପଦ୍ମାଳୟା ନାୟକ, ୮ ନଂ ଓ୍ବାର୍ଡ ପାଇଁ ରଶ୍ମିତା ପାଢ଼ୀ, ୯ ନଂ ଓ୍ବାର୍ଡ ପାଇଁ ହରପ୍ରିୟା ତ୍ରୀପାଠୀ, ୧୦ ନଂ ଓ୍ବାର୍ଡ ପାଇଁ ରୀନା କୁମାରୀ ପଣ୍ଡା, ୧୧ ନଂ ଓ୍ବାର୍ଡ ପାଇଁ ନାରାୟଣ ଡାକୁଆ, ୧୨ ନଂ ଓ୍ବାର୍ଡ ପାଇଁ ଗୀତା ମଲ୍ଲିକ ଓ ୧୩ ନଂ ଓ୍ବାର୍ଡ ପାଇଁ ସୁନିତା ଦିଗାଲ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଅଧ୍ୟକ୍ଷ ପଦ ପାଇଁ ଗୋବିନ୍ଦ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ଦଳ ଭଲ ପ୍ରଦର୍ଶନ କରିବାସହ ପାଞ୍ଚୋଟି ଜିଲ୍ଲା ପରିଷଦ ଆସନରୁ ଚାରୋଟି ଆସନ ଦଖଲ କରିଛି । ଏଥିସହିତ ବ୍ଲକ୍ ଦଖଲ କରିବାକୁ ମଧ୍ୟ ପ୍ରସ୍ତୁତ ରହିଛି । ବର୍ତ୍ତମାନ ସମୟରେ ପୌର ନିର୍ବାଚନରେ ମଧ୍ୟ ବିପୁଳ ଭୋଟରେ ବିଜୟ ଲାଭ କରି ପୁଣି ଥରେ ବାଲିଗୁଡ଼ା ଏନ୍ଏସି ଦଖଲ କରିବାକୁ ଦଳ ଓ ଦଳର ସମସ୍ତ ନେତା ଓ କର୍ମୀ ପ୍ରସ୍ତୁତ ଅଛନ୍ତି ବୋଲି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର କହିଛନ୍ତି । ହେଲେ ନିର୍ବାଚନ ଶେଷ ହେବାପରେ ଜନତା ଜନାର୍ଦ୍ଦନ କାହାକୁ ବିଜୟର ବାଟ ଦେଖାଇବେ ତାହା ଦେଖିବାକୁ ବାକି ରହିଲା ।

jay balangir
Leave A Reply

Your email address will not be published.

nineteen + 16 =