jayashree

ଖଲ୍ଲିକୋଟ ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟ ନଗରୀର ଫୁଲଝର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମ୍ଭାଗ ଶିଶୁବାଟିକା ପ୍ରମୁଖ ଶ୍ରୀମତୀ ବି.ସୁଶୀଳା କୁମାରୀ ଯୋଗ ଦେଇ ରାଷ୍ଟ୍ରୀୟ ଶିକ୍ଷାନୀତିରେ ଶିଶୁବାଟିକାର ଶିଶୁମାନଙ୍କ ସାମଗ୍ରିକ ବିକାଶରେ ମାଆମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରି ଶିଶୁମାନଙ୍କ ପ୍ରତି ଅନୁରକ୍ତି ଓ ସ୍ୱତନ୍ତ୍ରତାର ପରିଚିତ କରାଇଥିଲେ । ବିଦ୍ୟାଳୟର ସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି ଶିଶୁମାନଙ୍କ ଯତ୍ନରେ ମାଆମାନଙ୍କ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷ ଗିରିଜା ଶଙ୍କର ସାବତ ଏବଂ ସଦସ୍ୟା ଶ୍ରୀମତୀ ପ୍ରମିଳା ରାଉତ ଉପସ୍ଥିତ ଥିଲେ । ସଂପାଦକ ଅକ୍ଷୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ପ୍ରଧାନାଚାର୍ଯ୍ୟା ଶ୍ରୀମତୀ ସ୍ୱୟଂପ୍ରଭା ରାୟ ସାମନ୍ତ ଏବଂ ଶିଶୁବାଟିକା ପ୍ରମୁଖ ଶ୍ରୀମତୀ ମାନସୀରାଣୀ ନରେନ୍ଦ୍ର ଶେଷରେ ମାତୃ ମଣ୍ଡଳୀର ସମସ୍ତ କାଳାଂଶର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ୯୫ଜଣ ମାଆମାନଙ୍କ ସମେତ ଆଚାର୍ଯ୍ୟ, ଆଚାର୍ଯ୍ୟା, ଶିଶୁ ଓ ଅଭିଭାବକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.