ଖଣ୍ଡଦେଉଳି କଲେଜରେ ନଲେଜ ସେଣ୍ଟର ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହୁମ୍ମା ନିକଟସ୍ଥ ଖଣ୍ଡଦେଉଳିଠାରେ ଅବସ୍ଥାପିତ ଶହୀଦ ଭଗତ ସିଂ ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ନିମନ୍ତେ ଏକ “ନଲେଜ ସେଣ୍ଟର” ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ ମିନତୀ ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ତଥା ପରିବେଶବିତ ଡକ୍ଟର ଶଙ୍କର ନାରାୟଣ ବେଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଲେଜ ସେଣ୍ଟରକୁ ଉଦ୍‌ଘାଟନ କରିଥିଲେ । ଓ.କେ.ସି.ଏଲ. ସଂଗଠନର ଗଞ୍ଜାମ ଜିଲ୍ଲାର ମୁଖ୍ୟ ଏସ୍‌. ରେଖା ମହାନ୍ତି, ମହାବିଦ୍ୟାଳୟର ଯୁକ୍ତ ଦୁଇ ରସାୟନ ବିଜ୍ଞାନ ଅଧ୍ୟାପକ ମୋଚିରାମ ନାହାକ ଓ ନଲେଜ ସେଣ୍ଟର ପରିଚାଳକ କେ. ପ୍ରଭାତ ରେଡ୍ଡୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନଲେଜ ସେଣ୍ଟର ଦ୍ୱାରା ଉପଲବ୍ଧ ହେଉଥିବା ଗୁଣାତ୍ମକ ସୁବିଧା ଏବଂ ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ମିଳିବା ସୁବିଧା ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପକ ଆଖଣ୍ଡଳମଣୀ ବେହେରା, ଦେବୀ ପ୍ରସାଦ ପଟ୍ଟନାୟକ, ଏନ. ପଦ୍ମାବତୀ, ସନ୍ତୋଷ ରେଡ୍ଡୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ପରିଚାଳନା କରିଥିଲେ ।

Leave A Reply

Your email address will not be published.