pakka

କୀଟନାଶକ ପିଇ ଚାଲିଗଲେ ପରକ୍ଷିତ

bbehera

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଲାଠୋର ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଆମବାହାଲି ଗ୍ରାମର ଜଣେ ନାବାଳକ ଆଜି ସକାଳ ୬ଟା ସମୟରେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ବାପା ମୀନିକେତନ ମାଝୀ ଏବଂ ମା’ଙ୍କ କହିବା ଅନୁସାରେ ପୁଅ ପରକ୍ଷିତ ମାଝୀ(୧୭) ଗତ କିଛି ମାସ ତଳେ ବାହାର ରାଜ୍ୟକୁ ଯାଇଥିଲେ । ସେଠାରେ ତାଙ୍କୁ ପ୍ରଥମେ ଜ୍ୱର ହୋଇଥିଲା । ଚିକିତ୍ସା ପରେ ଠିକ୍‌ ହୋଇଥିଲେ । କିନ୍ତୁ ସେ ମାନସିକ ରୋଗର ଶିକାର ହୋଇଥିଲେ । ବଡ ଭାଇ ତାଙ୍କୁ ଘରକୁ ଆଣି ଛାଡ଼ିଦେଲା ପରେ ପରିବାର ଲୋକ ଡାକ୍ତରଖାନାରେ ପୁଅର ଚିକିତ୍ସା କରାଇଥିଲେ । ଶନିବାର ସକାଳୁ ମୃତକଙ୍କ ମା’ ଚା’ ଏବଂ ପିଠା ଖାଇବାକୁ ଦେଇଥିଲେ । ପୁଅ ପରକ୍ଷିତ ଖାଇସାରିବା ପରେ ପାଖରେ ଥିବା ତାଙ୍କ ଆଉ ଗୋଟିଏ ଘରକୁ ଯାଇ ସେଠି କୀଟନାଶକ ପିଇଦେଇ ତଳେ ପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ପଚାରିବାରୁ କିଛି କହି ନଥିଲେ, କିନ୍ତୁ ତାଙ୍କ ପେଣ୍ଟ ପକେଟରେ କୀଟନାଶକ ବୋତଲ ପାଇଥିଲେ ପରିବାର ଲୋକେ । ଘରଲୋକ ଜାଣିବା ବେଳକୁ ସେ ଅତ୍ୟନ୍ତ ଗୁରୁତର ହୋଇପଡିଥିଲେ । ତୁରନ୍ତ ତାଙ୍କୁ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଲାଠୋର ଥାନା ପୁଲିସକୁ ସୂଚନା ଦେବା ପରେ ଏଏସ୍‌ଆଇ ଯତୀନ୍ଦ୍ର କୁମାର ବଢ଼େଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ଶବର ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏନେଇ ଲାଠୋର ଥାନା ୟୁଡି କେସ୍‌ ନଂ ୩/୨୦୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରାଯାଉଥିବା ଜଣାପଡ଼ିଛି । ନାବାଳକଙ୍କ ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ତଦନ୍ତ ପରେ କାରଣ ଜଣାପଡ଼ିବ ବୋଲି କୁହାଯାଉଛି ।

jay balangir
Leave A Reply

Your email address will not be published.

two × 1 =

error: Content is protected !!