
ବଲାଙ୍ଗିର, (କେପିଏନ୍ଏସ୍) : ପୁଇଁନ୍ତଲା ଥାନା ଭରତବାହାଲ ଗାଁରୁ ଗତ ୨୦୨୫ ଅକ୍ଟୋବର ୧୩ରେ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପୁଇଁନ୍ତଲା ପୁଲିସ ମାମଲା ରୁଜ୍ଜୁ ସହ ତଦନ୍ତ ଆରମ୍ଭ କରିଥିଲା । ମୃତ ବୃଦ୍ଧାଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କ ଆନୁମାନିକ ବୟସ ୭୦-୮୦ ହୋଇଥିବା ପୁଲିସ ସୂଚନା ଦେଇଥିଲା । ମୃତଦେହକୁ ବ୍ୟବଚ୍ଛେଦ ପରେ ପରିଚୟ ପାଇଁ ୭୨ ଘଣ୍ଟା ଧରି ସଂରକ୍ଷିତ ରଖାଯାଇଥିଲା । ପରେ ଆଇନ ଅନୁସାରେ ମୃତ ମୃତଦେହ ସତ୍କାର କରାଯାଇଥିଲା । ଏହି ଘଟଣାରେ ପୁଇଁନ୍ତଲା ପୁଲିସ ତଦନ୍ତ ଜାରିରଖିଛି । ମୃତ ବୃଦ୍ଧାଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳି ନ ଥିବା ବେଳେ ପୁଲିସ ମୃତ ବୃଦ୍ଧାଙ୍କ ପରିଚୟ ସହ ତାଙ୍କ ସମ୍ପର୍କୀୟଙ୍କୁ ଖୋଜୁଥିବା ଜଣାପଡ଼ିଛି । ମୃତ ବୃଦ୍ଧା କିମ୍ବା ତାଙ୍କ ସମ୍ପର୍କୀୟଙ୍କ ସମ୍ପର୍କରେ କେହି ସହୃଦୟ ବ୍ୟକ୍ତି କୌଣସି ସୂଚନା ପାଇଲେ ତୁରନ୍ତ ପୁଇଁନ୍ତଲା ଥାନାକୁ ଜଣାଇ ପୁଲିସକୁ ତଦନ୍ତରେ ସହଯୋଗ କରିବାକ ପୁଇଁନ୍ତଲା ଥାନା ଅଧିକାରୀ ସଞ୍ଜୟ କୁମାର ରାଉତରାୟ ଅନୁରୋଧ କରିଛନ୍ତି ।