pakka

ଖଙ୍କିରା କପ୍‌ : ମାର୍ଥପୁର ଫାଇନାଲରେ ପ୍ରବେଶ

bbehera

ଢେଙ୍କାନାଳ, (ତାପସ ଦାସ) : ଗଅଁଦିଆ ବ୍ଲକ ଅଧିନସ୍ଥ ଖଙ୍କିରାଠାରେ ଚାଲିଥିବା ୨୯ତମ ଖଙ୍କିରା କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ଦଶମ ଦିନର ଖେଳ ଚୌଦ୍ଵାର ସହ ମାର୍ଥପୁରର ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ମାର୍ଥପୁର ୨୦ ଓଭରରେ ୨୦୨ ରନ୍‌ ସଂଗ୍ରହ କରିଥିଲା ଏହାର ଜବାବରେ ଚୌଦ୍ଵାର ୨୦ ଓଭରରେ ୧୯୧ ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା । ଆଜିର ଖେଳ ପରିଚାଳନା କରୁଥିଲେ ତାପସ ବାରିକ ଓ ମନୋଜ ବ୍ରହ୍ମ ସ୍କୋର ଭାବେ ରୁଦ୍ର ଓ ରାହୁଲ ଓ ବିଭୁ ରହିଥିବା ବେଳେ କଂମେଟ୍ରୀ ଭାବେ ରାଜେଶ ଥିଲେ । ଆସନ୍ତାକାଲିର ମ୍ୟାଚ ଖଙ୍କିରା ସହିତ କିଆଝର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ସୂତ୍ରରୁ ପ୍ରକାଶିତ ।

Leave A Reply

Your email address will not be published.

nine + 15 =