oom

ଖଣ୍ଡଦେଉଳି ହାଇସ୍କୁଲରେ ୫୪ତମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଣ୍ଡଦେଉଳି ହାଇସ୍କୁଲର ୫୪ତମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପ୍ରଧାନ ଶିକ୍ଷକ ଡ଼ଃ ଶଙ୍କର ନାରାୟଣ ବେଜଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିବା ସହ ଶିକ୍ଷା ହିଁ ଛାତ୍ରକୁ ବଡମଣିଷ ହେବାର ପ୍ରେରଣା ଦେଇଥାଏ । ଅନ୍ଧାରରୁ ଆଲୋକ ଆଡକୁ ଯିବାର ମାର୍ଗ ଦେଖାଇଥାଏ । ଶୂନ୍ୟତାରୁ ପୂର୍ଣ୍ଣତା ଆଡକୁ ନେଇପାରିବ, ଯେଉଁ ଦେଶର ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ ହୋଇପାରିବ ସେ ଦେଶ ସେତେ ବିକଶିତ ହୋଇପାରିବ ବୋଲି କହିବାକୁ ଯାଇ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରାଧାନ, ସମ୍ମାନିତ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟନାୟକ, ବ୍ଲକ ଉପାଧ୍ୟକ୍ଷା ଅନ୍ତର୍ଯ୍ୟାମୀ ବେହେରା,୧୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ସ୍ୱାଇଁ, ସ୍ଥାନୀୟ ସରପଞ୍ଚ ବୈରାଗୀ ବେହେରା, ସମିତିସଭ୍ୟା ଏସ୍‌. ସାବିତ୍ରୀ, ସ୍କୁଲ ପ୍ରତିଷ୍ଟାତା ସଭ୍ୟ ଅଭିରାମ ବେହେରା, ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ପରିଦର୍ଶକ ନିରଞ୍ଜନ ତ୍ରିପାଠୀ, ପୂର୍ବତନ ସରପଞ୍ଚ ବଂଶୀଧର ଗୌଡ଼, ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ନାୟକ, ପୂର୍ବତନ ସମିତିସଭ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଗୌଡ଼ ପୂର୍ବତନ ସମିତି ସଭ୍ୟ ଗଗନ ସ୍ୱାଇଁ ପ୍ରମୁଖ ମଞ୍ଚାସିନ ହେବା ସହ ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷତ କାମନା କରିଥିଲେ । ବିଘ୍ନରାଜ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଶ୍ରଦ୍ଧାଞ୍ଜଳି ଜେନା ଓ ବନିତା ଜେନା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଶେଷରେ ଛାତ୍ରମାନଙ୍କ ଦ୍ୱାରା ଅତ୍ୟାଚାରୀଙ୍କୁ ଶାସ୍ତି ଦିଅ ନାଟକ, ଛାତ୍ରୀମାନଙ୍କ ଦ୍ୱାରା ନ୍ୟାୟମେବ ଜୟତେ ନାଟକର ରଚନା ଓ ନିର୍ଦେଶନା ଶ୍ରୀସିଲୁ ବେଜ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.