jsm

ଧଣ୍ଡାମୁଣ୍ଡା ଫଗୁଣ ପୂର୍ଣ୍ଣିମା ମେଳାରେ କ୍ଷୁଦ୍ର ଶସ୍ୟ ଖାଦ୍ୟ ପର୍ବ ଅନୁଷ୍ଠିତ

csstore

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡାଠାରେ ହେଉଥିବା ଫଗୁଣ ପୂର୍ଣ୍ଣିମା ମେଳାଠାରେ ମିଲେଟ ଫୁଡ଼ ଫେଷ୍ଟିଭାଲ ଉଦ୍‌ଘାଟିତ ହୋଇଯାଇଛି । ଓଡିଶା ମିଲେଟ ମିଶନ, ବଲାଙ୍ଗିର ଆତ୍ମା, ଏନ୍.ସି.ଡ଼ି.ଏସ୍‌ ଏବଂ ୱାସନ, ୱାଇସିଡ଼ିଏର ମିଳିତ ସହଯୋଗରେ ମିଲେଟ ଫୁଡ୍‌ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସିଡିଓ ସାରଦା ପ୍ରସାଦ ମିଶ୍ର ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏଡ଼ିଓ ଗୋରେନ୍ଦ୍ର ନାଥ ସିଂ, ବିଏଓ ଡମ୍ବରୁ ମେହେର, ଏଏଓ ସୁଜିତ କୁମାର ଭୋଇ, ପ୍ରମୋଦ କୁମାର ସେଠୀ ଏବଂ ପ୍ରମିଳା ପଣ୍ଡା, ଜୋସବନ୍ତ ସାହୁ, ହେମବନ୍ତି ନନ୍ଦନ ବେହେରା, ଉମେଶ ଗୁପ୍ତା, ଫକୀର ସାହୁ, ବସନ୍ତି ମୁଣ୍ଡା, ସଦାନନ୍ଦ ବାଗ, ପୁରନ୍ଦର ବନଛୋର, ଖପ୍ରାଖୋଲ ପ୍ରଡୁସର କମ୍ପାନୀ ସିଇଓ ଗଣେଶ ବନଛୋର ପ୍ରମୁଖ ଯୋଗ ଦେଇଥିଲେ । ଜୟଶ୍ରୀ ସ୍ୱୟଂ ସହାୟିକା ଗୋଷ୍ଠୀ ମିଲେଟ ହୋଟେଲର ଦାଇତ୍ଵରେ ଥାଇ । ଖୁଦ୍ର ଶସ୍ୟ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ଖାଇବାକୁ ଦିଆଯାଇଥିଲା । ଲୋକେ ଖାଦ୍ୟ ଖାଇ ଅନୁଷ୍ଠାନକୁ ଧନ୍ୟବାଦ ଦେଇ ପ୍ରଶଂସିତ କରିଥିଲେ ।

yuvodaya
Leave A Reply

Your email address will not be published.